ବାସୁଦେବପୁରରେ ଆଧ୍ୟାତ୍ମିକ ମହୋତ୍ସବ ଉଦଯାପିତ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଶ୍ରୀ ଧବଳେଶ୍ଵର ଶୈବପୀଠ ପରିସରରେ ଶ୍ରୀ ହନୁମାନ ଙ୍କ ପ୍ରତିମୂର୍ତ୍ତି ଏବଂ ବୃଷଭ ପ୍ରତିଷ୍ଠା ନିମନ୍ତେ ବୈଶାଖ ଶୁକ୍ଳ ଦଶମୀ ତିଥି ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଆଧ୍ୟାତ୍ମିକ ମହୋତ୍ସବ ବୈଶାଖ ଶୁକ୍ଳ ଦ୍ଵାଦଶୀ ତିଥି ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବାସୁଦେବପୁର ଗାଁ ସମେତ ଆଖପାଖ ଗ୍ରାମାଞ୍ଚଳ ର ବହୁସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବରିଷ୍ଠ ପଣ୍ଡିତ ପିତାମ୍ବର ପାଢ଼ୀ, ଯାଜ୍ଞିକ କୁନା ଖାଡଙ୍ଗା ଙ୍କ ପୌରହିତ୍ୟ ରେ ଆୟୋଜିତ ଯଜ୍ଞ ରେ କର୍ତ୍ତା ରୂପେ ବାସୁଦେବପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ରବିନାରାୟଣ ପାଢ଼ୀ,ସହଧର୍ମିଣୀ ନମିତା ପାଢ଼ୀ,ସରପଞ୍ଚ ଏମ. ଶ୍ୟାମଘନ ,ସହଧର୍ମିଣୀ ଏମ.ତୁଳସୀ,ଏମ.ମାଧବ, ସହଧର୍ମିଣୀ ଏମ. ଡୋଲି ଆମ୍ମା ପ୍ରମୁଖ କର୍ତ୍ତା ରୂପେ ସମସ୍ତ କାର୍ଯ୍ୟ ତୁଲାଇଥିଲେ।ମହୋତ୍ସବ ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ.ନରସିଂହ,ସମ୍ପାଦକ ପି.ଗଣେଶ,କୋଷାଧ୍ୟକ୍ଷ ବାବୁ ମହାରଣା,ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, କର୍ମକର୍ତ୍ତା ଏମ. କ୍ରିଷ୍ଣାମା, ଏମ.ପୂର୍ଣ୍ଣଚନ୍ଦ୍ର,କେ.ସାହେବ,ବି. ଅସନ୍ତୁଲୁ ପ୍ରମୁଖ ଗ୍ରାମବାସୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ