ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ କ୍ରୀଡା ପ୍ରତିଯୋଗିତା
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଏନ୍.ସି.ସି କ୍ୟାଡେଟମାନଙ୍କ ଦ୍ଵାରା ୨(ଓଡିଶା) ବାଳିକା ବଟାଲିୟନ ରାୟଗଡା ତରଫରୁ ଜାନୁଆରୀ ୧୨ ତାରିଖରେ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ଯୁବ ଦିବସ ୨୦୨୬ ମସିହା ଉପଲକ୍ଷେ କ୍ରୀଡା ପ୍ରତିଯୋଗିତା ୦୬/୦୧/୨୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ୬ ତାରିଖ ପ୍ରଥମ ଦିବସରେ ସ୍ଳୋ ସାଇକେଲେ ରେସ୍ ଓ ସଟ୍ ପୁଟ୍ ଥ୍ରୋ ଉଭୟ ବାଳକ ଓ ବାଳିକାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଶୁଭାରମ୍ଭ କରିଥିଲେ। ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ଲିପିନାଥ ସିଂ, ଟୁଟୁ ଡାକୁଆ, ଶ୍ରୀକାନ୍ତ ପ୍ରଧାନ, ଡକ୍ଟର ରୋଜିତା ମିଶ୍ର, ଡକ୍ଟର ମିନାକ୍ଷୀ ପ୍ରାଣିଗ୍ରାହୀ, ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଯୋଗଦେଇଥିଲେ। ଜାନୁଆରୀ ୦୭ ତାରିଖ ଦ୍ୱିତୀୟ ଦିବସର କ୍ରୀଡା ପ୍ରତିଯୋଗିତାକୁ କଲେଜର ପ୍ରିନ୍ସପାଲ ଡକ୍ଟର ନାୟକ ଉଦଘାଟନ କରିଥିଲେ। ଦ୍ଵିତୀୟ ଦିବସରେ ଅଖା ଡିଆଁ, ଲମ୍ବା ଡିଆଁ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲେଫନାଣ୍ଟ ବିନତା କୁମାରୀ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରତିଯୋଗିତାର ବିଚାରକ ଭାବେ ଡକ୍ଟର ବିରଞ୍ଚିନାରାୟଣ ରଥ, ପ୍ରକାଶ ଚନ୍ଦ୍ର ସାହୁ, ସୁଜ୍ଞାନି ପାଣୀଗ୍ରାହୀ , ସେଖ ଫରିଦ, ବସନ୍ତ କୁମାର ପାଣି, ସୁମିତା ରାଉତ ଓ ଡକ୍ଟର ଜୋତ୍ସ୍ନା ରାଣୀ ପଟ୍ଟନାୟକ ଯୋଗଦେଇଥିଲେ।


