ଶ୍ରୀଅନ୍ନ ଅଭିଯାନ କର୍ମଶାଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ବନ୍ତ ବ୍ଲକ ପରିସରରେ ଶ୍ରୀଅନ୍ନ ଅଭିଯାନ ଅନ୍ତର୍ଗତ ଏକ ଦିବସୀୟ ଖାଦ୍ୟ ପରିବେଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଗ୍ରହୀ ଚାଷୀ ମାନେ ଯୋଗ ଦେଇ ମାଣ୍ଡିଆରେ ପ୍ରସ୍ତୁତ ପିଠାପଣା, ପୋଡ, ଲଡୁ, ଆରସା, କାକରା, କୁକିଜ୍ ଆଦି ଖାଦ୍ୟର ବ୍ୟବହାର ଉପରେ ତାଲିମ ଗ୍ରହଣ କରିଥିଲେ । ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ସୀତାକାନ୍ତ ରାଉତ, ଜିଲା କାର୍ଯ୍ୟକ୍ରମ ସଂଯୋଜକ ଅନନ୍ୟା ବଳିୟାରସିଂ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସୁପ୍ରିୟା ମୁଦୁଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଷ୍ଟଲକୁ ଅତିଥି ମାନେ ବୁଲି ଦେଖିଥିଲେ । ବ୍ଲକ ସଂଯୋଜକ ପର୍ଶୁରାମ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ସହ ସଂଯୋଜକ ଶାରଦା ପ୍ରସନ୍ନ ସାହୁ, ଅପୂର୍ବ ରଞ୍ଜନ ରାଉତ, ପ୍ରଭାକର ନାୟକ, ଶଶଧର ବାରିକ, ସତ୍ୟବ୍ରତ ସିଂହ, ବନମାଳୀ ବାରିକ, ସୁଶାନ୍ତ ଜେନା, ଜ୍ୟୋତି ରଞ୍ଜନ ରାଉତ, ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ