ଶ୍ରୀଅରବିନ୍ଦ ଉଚ୍ଚ ଦ୍ୟାଳୟରବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ
ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଳକ ସଢ଼ା ପଞ୍ଚାୟତର ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ସଢ଼ାର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହାଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସଢା ପଞ୍ଚାୟତର ସମିତି ସଭ୍ୟ ଶ୍ରୀକାନ୍ତ ନାୟକ, ମୁଖ୍ୟବକ୍ତା ଭାବେ ନାଲଦାର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସା, ପରିଚାଳନା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ କ୍ରୀଡ଼ା ପତାକାକୁ ଉତ୍ତୋଳନକରି ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ସାରଦେଇ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ରାଉତ, ପୂର୍ବତନ ଖେଳ ଶିକ୍ଷକ ଗଣନାଥ ସା, ବରିଷ୍ଠ ଶିକ୍ଷକ ନବଘନ ନାୟକ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ନୟନବାଳା ନାୟକ ଖେଳ ପରିଚାଳନା କରିଥିଲେ। ଏହି ଅବସରରେ ଦୌଡ଼, ଲମ୍ବଡିଆଁ, ଉଚ ଡିଆଁ, ସଟଫୁଟ, ଡ଼ିସକସ, ମ୍ୟୁଜିକ ଚେୟାର, ଗଣିତ ଦୌଡ଼ ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା। ଶିକ୍ଷୟିତ୍ରୀ ସ୍ବାତି ସୁଚରିତା ବେହେରା, ଆରତୀ ବେହେରା, ସୁଷମା ମିଶ୍ର, ନିବେଦିତା ଚନ୍ଦ୍ରକଳା ଦେବୀ, ରାଜେନ୍ଦ୍ର ନାରାୟଣ ସାହୁ, ମହେଶ୍ଵର ପାତ୍ର, ଗୋଲକ ପଢ଼ିଆରୀ ପରିଚାଳନା ରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାର ବାଳିକା ବରିଷ୍ଠ ବିଭାଗର ଟିକି ନାୟକ ଓ ବାଳକ ବରିଷ୍ଠ ବିଭାଗର ବିଶ୍ଵଜିତ ପାତ୍ର ଚମ୍ପିଆନ ହୋଇଥିବାବେଳେ ବାଳିକା କନିଷ୍ଠ ବିଭାଗର ପରୀ ଜେନା ଓ ବାଳକ କନିଷ୍ଠ ବିଭାଗର ତୋଫାନ ଜେନା ଚାମ୍ପିୟନ ହୋଇଥିଲେ।


