ଶ୍ରୀଜଗନ୍ନାଥ କଥାମୃତ ସତସଙ୍ଗ

ପୋଲସରା, (ଅନୀଲ କୁମାର ମହାରଣା) :  ବର୍ତ୍ତମାନ ମାନବ ସମାଜ ବିଶୃଙ୍ଖଳିତ ହେବାରେ ଲାଗିଛି। ସମାଜରେ କିପରି ଶାନ୍ତି , ଶୃଙ୍ଖଳା ଓ ସଂସ୍କାର ଆସି ପାରିବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପୋଲସରାର “ଶ୍ରୀଜଗନ୍ନାଥ ଚେତନା ଜାଗରଣ ଟ୍ରଷ୍ଟ” ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଟ୍ରଷ୍ଟ ପକ୍ଷରୁ ବୁଧବାର ଦିନ ବୁଢେଇଶୁଣୀ ପଞ୍ଚାୟତର ଗୋଠଳୀ ଗ୍ରାମର ନିର୍ମାଣାଧୀନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ “ଶ୍ରୀଜଗନ୍ନାଥ କଥାମୃତ ସତସଙ୍ଗ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ଚେୟାରମ୍ୟାନ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଶହଶହ ଜଗନ୍ନାଥ ପ୍ରେମୀଙ୍କ ସମାଗମ ହୋଇଥିଲା। କର୍ମମୟ ଜୀବନରେ ଜନ୍ମ ଓ ମୃତ୍ୟୁର ସତ୍ୟାସତ୍ୟକୁ ନେଇ ପ୍ରତ୍ୟେକ ବ୍ୟକ୍ତି ଜୀବିତ ସମୟରେ ଜଗତର କର୍ତ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ  ସମର୍ପଣ କରିବା  ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଆଧୁନିକତାର ବଶବର୍ତ୍ତୀ ହୋଇ ଆଜି ମାନବ ସମାଜ ପଥଭ୍ରଷ୍ଟ ହେବାର ଲାଗିଥିବାବେଳେ ଭଗବତ ଚେତନା ହିଁ ସତପଥକୁ ଆଣିପାରିବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଶାନ୍ତି ଫେରାଇ ଆଣିବାକୁ ଆଗାମୀ  ଯୁବପିଢ଼ି ଓ କିଶୋର କିଶୋରୀ ମାନଙ୍କୁ ଏହି ଦିଗପ୍ରତି ଅନୁପ୍ରାଣିତ କରାଇ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ଟ୍ରଷ୍ଟର ସଦସ୍ୟ ବୃନ୍ଦ ଆଶା କରିଛନ୍ତି । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ବିଶିଷ୍ଠ ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀ, ସଂପାଦକ ରବିନାରାୟଣ ପୃଷ୍ଟି, ଯଜ୍ଞନାରାୟଣ ସାହୁ, ଟୁକୁନା ପରିଡ଼ା ନିଜ ବକ୍ତବ୍ୟରେ  ପ୍ରକାଶ କରିଥିଲେ । ସତସଙ୍ଗର ଆୟୋଜନରେ ନର୍ମଦା ପୃଷ୍ଟି, ବବିତା ବେହେରା, ରଞ୍ଜନ କୁମାର ସାହୁ, ପ୍ରତାପ ପ୍ରଧାନ, କବିତା ସାହୁ, ଶିବାଜୀ ପାତ୍ର ପ୍ରମୁଖଙ୍କ ସମେତ ଗୋଠଳୀ ଓ ଆଖପାଖ ଗ୍ରାମର ବହୁ ବ୍ୟକ୍ତ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ