ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଙ୍ଗତୂଳୀରେ ରୁକୁଣା ରଥ ଆଙ୍କିଲେ କୁନି ଚିତ୍ରଶିଳ୍ପୀ ଶାନ୍ତନୁ

ଭୁବନେଶ୍ୱର (ୟୁଏନ୍ଏସ୍): ଆଜି ଅଶୋକାଷ୍ଟମୀ । ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଏକାମ୍ରକ୍ଷେତ୍ର । ସମଗ୍ର ପରିବେଶ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରିତ ହୋଇ ଉଠିବ । ଭଉଣୀକୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ରୁକୁଣା ରଥରେ ବିଜେ କରି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସାଙ୍ଗରେ ଦୋଳଗୋବିନ୍ଦ ଏବଂ ଭଉଣୀ ରୁକୁଣୀ ମଧ୍ୟ ବିରାଜମାନ କରିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଶ୍ରଦ୍ଧା ଓ ଭକ୍ତିର ସହ ରଙ୍ଗ ତୂଳୀରେ ମହାପ୍ରଭୁଙ୍କ ରୁକୁଣା ରଥର ଚିତ୍ର ଆଙ୍କି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ