ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା(ମଝିପଡା) ଗ୍ରାମରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଗ୍ରାମର ମା’ କୁତାମଚଣ୍ଡୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନବଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଳପୂର୍ଣ୍ଣ କଳସ ଅଣାଯାଇ ପୀଠରେ ସ୍ଥାପନ କରାଯାଇ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତ୍ୟେହ ସୂର୍ଯ୍ୟପୂକା ସହିତ ହନୁମାନ ଚାଳିଶା, ଶ୍ରୀରାମ ରଚିତ ମାନସ ଆଦି ପାଠ କରାଯାଉଥିଲା। ପାରାୟଣ ପାଠକ ଭାବେ ରବିନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ବେହେରା, ଗୌରାଙ୍ଗ ସାହୁ, ମହନି ପୃଷ୍ଟି,ସୁକାନ୍ତ ସାହୁଙ୍କ ସହିତ ଗ୍ରାମର ସଂର୍କିତନ ମଣ୍ଡଳୀମାନେ ପାରାୟଣ ପଠନ ଜରୁଥିଲେ। ଏହି କାର୍ଯ୍ୟକ୍ରମରେ କର୍ତା ଭାବେ ଶଙ୍କର ବାରିକ ଦାୟିତ୍ୱ ତୁଲାଇଥିବା ବେଲେ ଗ୍ରାମର ମା’କୁତାମଚଣ୍ଡୀ ହେଲ୍ପ କ୍ଲବ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ।