ଶ୍ରୀରାମ ନବମୀ ମହୋତ୍ସବ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ବୁଧବାର ଠାରୁ ବନ୍ତସ୍ଥିତ ମହୋତ୍ସବ ପଡିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ଜାଗରଣ ମଞ୍ଚ ବନ୍ତ ପ୍ରଖଣ୍ଡ ପକ୍ଷରୁ ଚାଲିଥିବା ଶ୍ରୀରାମ ନବମୀ ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ଉତ୍ତରାଖଣ୍ଡ ହରିଦ୍ୱାରରୁ ଆଗତ ପଣ୍ଡିତ ବାବା, ଅଚ୍ୟୁତାନନ୍ଦ ବାବା, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶିିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ଶୁଭେନ୍ଦୁ କୁମାର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ଭାସ୍କର ଚନ୍ଦ୍ର ପାଢୀ, ନାରାୟଣ ଚନ୍ଦ୍ର ଲେଙ୍କା, ଅକ୍ଷୟ କୁମାର ଜେନା, ଅଲେଖ ଚନ୍ଦ୍ର ନାୟକ, ଚତୁର୍ଭୁଜ ପହି, ଭାଗବତ ସୂତାର, କୃଷ୍ଣ ଚନ୍ଦ୍ର ବାରିକ, ଡାକ୍ତର ମୂରଲୀଧର ସୂତାର, ହୃଷିକେଶ ମିଶ୍ର, ଶିକ୍ଷକ ରମାକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ପଣ୍ଡା, ସମାଜସେବୀ ତ୍ରିଲୋଚନ ପଣ୍ଡା, ପ୍ରାଣୀଧନ ନିରୀକ୍ଷକ ସୋମନାଥ ନାୟକ, ବାଲୁକା ଶିଳ୍ପୀ ପଦ୍ମନାଭ ସେଠୀ, ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ଛାତ୍ର ନିତିନ୍ଜିତ୍ ସାହୁ, ଛାତ୍ର କାବ୍ୟ ରଞ୍ଜନ ମାଝୀ, ସୌମ୍ୟାଂଶୁ କରଶର୍ମା, ଖେଳାଳୀ ପ୍ରତ୍ୟୁସ କୁମାର ରାଉତ ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମହୋତ୍ସବରେ ୧ମ, ୨ୟ ଓ ୩ୟ ହୋଇଥିବା ୩ଟି ମେଢକୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରମାକାନ୍ତ ଜେନା ସଭା ମଞ୍ଚ ଓ ଶିକ୍ଷକ ସୁଧିର କୁମାର ବାରିକ ସମ୍ବର୍ଦ୍ଧନା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଶ୍ରୀରାମ ନବମୀ ମହୋତ୍ସବ କମିଟିର ସଭାପତି ଲମ୍ବୋଦର ପଣ୍ଡା, ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦ ବନ୍ତ ପ୍ରଖଣ୍ଡର ସଭାପତି ଫାଲ୍ଗୁନି ରାଉତ, ସହ ସମ୍ପାଦକ ଅଶୋକ ବେହେରା, ବଜରଙ୍ଗ ଦଳର ବନ୍ତ ପ୍ରମୁଖ ସୂରଜ ଶେଖର ଗୋସ୍ୱାମୀ, ଛାତ୍ର ପ୍ରମୁଖ ଜୟଦେବ ମହାରାଜ, ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ମଳୟ କୁମାର ପଣ୍ଡା, ସୁରକ୍ଷା ପ୍ରମୁଖ ବିବେକ ଜେନା, ରାଜେଶ ଜେନା, ହରିହର ଜେନା, ଗୋରକ୍ଷା ପ୍ରମୁଖ କ୍ଷୀରୋଦ ନାୟକ, ଆଶିଷ କୁମାର ପତି, ଯୁବନେତା ପ୍ରଣବ କିଶୋର ଲେଙ୍କା, ମାନସ ପାତ୍ର, ହେମନ୍ତ କୁମାର ସାହୁ, ସୌରଭ କୁମାର ଦାଶ, ଗଣେଶ ସେଠୀ, ସୁନିଲ ଗୋସ୍ୱାମୀ, ଶିଶିର ଜେନା, ସୁଶାନ୍ତ ଜେନା, ସୁଧାଂଶୁ ପଣ୍ଡା, ସମୀର ସାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।


