ଆସିକାରେ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ
ଆସିକା (ୱାଇଏନ୍ଏସ୍): ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଆସିକା ଶାଖା ଆନୁକୂଲ୍ୟରେ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ଓରଫ୍ ବାଲାଜୀ ଦୋରା ମଠ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର ଝୁଲଣ ଯାତ୍ରା ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଓ ଶ୍ରୀମଦ୍ ଭାଗବତ ଜ୍ଞାନଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ୧୪ଦିନ ଧରି ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯାଜପୁର ସ୍ଥିତ ରଘୁନାଥ ମଠର ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ବିଜୟ ରାଘବେନ୍ଦ୍ର ଦାଶ ମହାରାଜ ଯୋଗଦେଇ ଅର୍ଶୀବଚନ ପ୍ରଦାନ କରୁଥିବା ଜଣାପଡିଛି । ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଓ ଶ୍ରୀମଦ୍ ଭାଗବତ ଜ୍ଞାନଯଜ୍ଞର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ମାନବସେବା ସମିତିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତି ସମ୍ଭବ ହୋଇଥିବା ବେଳେ ସାମାଜିକ ଜୀବନକୁ ସରସ, ସୁନ୍ଦର ଓ ସଦ୍ମାର୍ଗରେ ଗଢିତୋଳିବା ପାଇଁ ସତ୍ସଙ୍ଗର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଆସିକା ଶାଖା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚାରଣ ଗୋଷ୍ଠୀର ଦଳପତି ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ଦଳପତି ସିମାଂଚଳ ରଥ, ସଂପାଦକ ଆର୍.କାମେଶ୍ୱର ଆଚାରୀ, କୋଷାଧ୍ୟକ୍ଷ ଏସ୍.ବାବୁ ପାତ୍ର, ଉପଦଳପତି ଡି.ଲିଙ୍ଗରାଜ ପାତ୍ର, ସହକୋଷାଧ୍ୟକ୍ଷ ସିଏଚ୍.ତ୍ରିପତି ପାତ୍ର, ସହସଂପାଦକ ବି.ପ୍ରଦୀପ କୁମାର ପାତ୍ର, ଚାରଣ ବିନୋଦ ବିହାରୀ ପାତ୍ର, ଦୁର୍ଗାଚରଣ ମିଶ୍ର, ସୁରେଶ ଚନ୍ଦ୍ର ବିଷୋୟୀ, ଭଗବାନ ମହାରଣା, ସଭାନେତ୍ରୀ ଅମିତା ମିଶ୍ର, ଅଧ୍ୟାତ୍ମିକପ୍ରେମୀ ଡି.ସଂଯୁକ୍ତା ପାତ୍ର, ଡି.ଶାନ୍ତିଲତା ପାତ୍ର, ଡି.ନମିତା ପାତ୍ର, ପ୍ରତିମା ପାତ୍ର, ପ୍ରମିଳା ସାସମଲ, ଇତିଶ୍ରୀ ପାଢୀ, କ୍ରିଷ୍ଣା କୁମାରୀ ସାହୁ, ସୁଷମା ପାଳ, ବିନୋଦିନୀ ପଟ୍ଟନାୟକ, ବିଷ୍ଣୁପ୍ରିୟା ବେହେରା, ରାଜଲକ୍ଷ୍ମୀ ମହାରଣା, ପାର୍ବତୀ ଆଚାରୀ, କସ୍ତୁରୀ ଦୋରା, ସଂଜୁଲତା ସ୍ୱାଇଁ, ସୌଭାଗ୍ୟ ସେନାପତି, କୁନି ନାହାକ, ଡି.ଗୌରୀ ପାତ୍ର, ସୁଲୋଚନା ଦେବୀ, ସୁମିତ୍ରା ବେହେରା ପ୍ରମୁଖ ପରିଚାଳନା କରୁଥିବା ବେଳେ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜଙ୍କ ମୁଖରୁ ଅର୍ଶୀବଚନ ଶ୍ରବଣ କରିବା ଲାଗି ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି ।