ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅଧୀନସ୍ଥ ବରଗାଁ ଗ୍ରାମ ପଞ୍ଚାୟତର ବେଣିଆ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଏହି ଅବସରରେ ବେଣିଆ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ପବିତ୍ର ଓ ବଡନଦୀର ସଙ୍ଗମସ୍ଥଳରେ ପୂଜାର୍ଚ୍ଚନା ସାରି ଶଙ୍ଖ ଧ୍ୱନୀ ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ନବନିର୍ମିତ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସ୍ଥଳରେ ପହଞ୍ଚିବା ପରେ ବିଧିବିଧାନ ଅନୂଯାୟୀ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ସମଗ୍ର ବେଣିଆ ଗ୍ରାମ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ବେଳେ ଶେରଗଡ ନିକଟସ୍ଥ ମଥୁରା ପଦ୍ମନାଭପୁର ଗ୍ରାମର ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚଷ୍ପତି ପଣ୍ଡିତ ସମ୍ରାଟ ବୃନ୍ଦାବନ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଯୋଗୀ ପଣ୍ଡିତ କାଳୁଚରଣ ମହାପାତ୍ର, ଗୋପାଳକୃଷ୍ଣ ପଣ୍ଡା, ଭାଗବତ ଶତପଥୀ, ଗୌରୀଶଙ୍କର ଶତପଥୀ, ଅଜିତ୍‍ କୁମାର ହୋତା, ଲକ୍ଷ୍ମୀକାନ୍ତ ହୋତା, ଚନ୍ଦନ କୁମାର ଦାଶ, ଅକ୍ଷୟ କୁମାର ତ୍ରିପାଠୀ, ରାଜା ତ୍ରିପାଠୀ, ପ୍ରଦୀପ କୁମାର ହୋତା, ଅକ୍ଷୟ କୁମାର ହୋତା ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ପାଣ୍ଡବ କାମ୍ପ ଓ ତାଙ୍କ ପତ୍ନୀ ନମିତା କାମ୍ପ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ବେଣିଆ ଗ୍ରାମରେ ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପବିତ୍ର ଧର୍ମୀୟ ଭାବନାରେ ସାମାଜିକ, ସାଂସ୍କୃତିକ ଓ ଭାଇଚାରାର ଐକ୍ୟ ଚେତନାକୁ ସମୃଦ୍ଧଶାଳୀ କରିବା ଲକ୍ଷ୍ୟରେ ସମଗ୍ର ବେଣିଆ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ଅବସରରେ ସମଗ୍ର ବେଣିଆ ଗ୍ରାମ ଉତ୍ସବ ମୁଖର ହୋଇପଡିଥିଲା ବେଳେ ଝିଲମିଲ ଆଲୋକ ମାଳାରେ ସମ୍ପୂର୍ଣ୍ଣ ଗ୍ରାମ ଓ ନବନିର୍ମିତ ମନ୍ଦିର ପରିସର ସନ୍ଧ୍ୟା ସମୟରେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅବସରରେ ଜଳଯାତ୍ରା, ଦୀକ୍ଷାଗ୍ରହଣ, ଅଙ୍କୁରା ରୋପଣ, ନାମଯଜ୍ଞ ଅଧିବାସ, ବ୍ରାହ୍ମଣ ବରଣ, କର୍ମଆରମ୍ଭ, ସାଲା ସଂସ୍କାର, ଅଗ୍ନିସ୍ଥାପନ, ନାମଯଜ୍ଞ ଆରମ୍ଭ ଅନୁଷ୍ଟିତ ହୋଇଥିଲା ବେଳେ ଆସନ୍ତାକାଲି ଅର୍ଥାତ୍‍ ସୋମବାର ଠାରୁ ଦେବତାଙ୍କ ଧାନ୍ୟାଧିବାସ, ବନଯାଗ, ଇନ୍ଦ୍ରାଣୀ ପ୍ରତିଷ୍ଠା, ଶୈବାଗ୍ନି ସଂସ୍କାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ହେବ ବୋଲି ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ ବେଣିଆ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ବୁଦ୍ଧିରାମ ନାହାକ, ରାମଚନ୍ଦ୍ର କାମ୍ପ, ମିଟୁ ରାଉତ, ଶିବରାମ ରାଉତ, ସନ୍ତୋଷ କୁମାର ସାହୁ, ତ୍ରିନାଥ ସ୍ୱାଇଁ, ଅଲେଖ ସ୍ୱାଇଁ, ପ୍ରବୀର କୁମାର ସ୍ୱାଇଁ, ଲକ୍ଷ୍ମଣ କାମ୍ପ, ମହେଶ୍ୱର ସ୍ୱାଇଁ, ସରୋଜ ଲେଙ୍କା, ବନମାଳୀ କାମ୍ପ, ବନମାଳୀ ଲେଙ୍କା, ଦୁର୍ଗାପ୍ରସାଦ କାମ୍ପ, ସନ୍ୟାସୀ ନାହାକ, କାଳିଆ ନାହାକ, କାହ୍ନୁଚରଣ ସ୍ୱାଇଁ, କୁଞ୍ଜ ପ୍ରଧାନ, କାହ୍ନୁଚରଣ କାମ୍ପଙ୍କ ସମେତ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ଏବଂ ଯୁବଗୋଷ୍ଟୀ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବେଣିଆ ଗ୍ରାମରେ ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରସାଦ ଓ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି ମନ୍ଦିର ପ୍ରତିଷ୍ଠା ମହୋତ୍ସବ । ଭକ୍ତିଭାବରେ ସମଗ୍ର ବେଣିଆ ଗ୍ରାମ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠା ଓ ଭାବାବେଗ ଅବର୍ଣ୍ଣନନୀୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ବେଣିଆ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆୟୋଜକଙ୍କୁ ଉତ୍ସାହିତ କରୁଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ