ଶ୍ରୀ ଶ୍ରୀ ପତିତ ପାବନଜୀୟୁ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମା’ ଜାଗୁଳାଇ ପୀଠ ତିହୁଡା ଠାରେ ଶ୍ରୀ ଶ୍ରୀ ପତିତପାବନ ଜୀୟୁ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ଗୁରୁକୃପା କୁଟୀରର ବାବା ସତ୍ୟାନଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସନାତନ ଧର୍ମ ସମ୍ମିଳନୀରେ ପୁରୀ ଶ୍ରୀ ମନ୍ଦିର ସୁଦର୍ଶନ ପୂଜାପଣ୍ଡା ସାମନ୍ତ, ନିଗମ କଳ୍ପତରୁ ଆଶ୍ରମ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଅନନ୍ତ ଆଶ୍ରମ ଖଣ୍ଡଗିରି ଅଧ୍ୟକ୍ଷ ସ୍ୱାମୀ ଅଭିରାମ ସରସ୍ୱତୀ, ପୁରୀ ମହି ପ୍ରକାଶ ମଠ ମହନ୍ତ ସ୍ୱାମୀ ଶୁଭାନନ୍ଦ ପୁରୀ,ଅଧ୍ୟକ୍ଷ, ସରୋମ୍ବାସ୍ଥିତ ସିଦ୍ଧିଦାତ୍ରୀ ଦିବ୍ୟଜୀବନ ସେବାଶ୍ରମର ଅଧ୍ୟକ୍ଷ ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ, ଡଃ ସୁଚେଦାନନ୍ଦ ମହାରାଜ, କଟକ ଜିଲାର ସାମ୍ବାଦିକ ସଂଘର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି ଆଦି ଯୋଗ ଦେଇଥିଲେ। ସାଧୁସନ୍ଥଙ୍କ ବାକ୍ୟ ଶୁଣିଲେ ହେବ ନି ଏହାକୁ କାର୍ଯ୍ୟରେ ଲଗାଇବା ଉଚିତ। ପ୍ରତ୍ୟେକ ଦିନ ସମସ୍ତେ ଗୀତାପାଠ କରିବା ସହିତ ଭାଗବତ ପାଠ କରିବା ଜରୁରୀ। ଭଗବାନଙ୍କର ନିକଟତର ହେବାକୁ ହେଲେ ଆମକୁ ପ୍ରଥମେ ନିଜର ଆଚରଣ, ଉଚ୍ଚାରଣକୁ ଠିକ୍ କରିବା ପାଇଁ ପଡିବ ବୋଲି ସନ୍ଥ ସମ୍ମିଳନୀରେ ଯୋଗ ଦେଇ ଥିବା ସାଧୁମ।।ନେ ମତବ୍ୟକ୍ତ କରିଥିଲେ। ସନ୍ଥମାନଙ୍କ ଦ୍ୱାରା ବିଶିଷ୍ଟ ବ୍ୟକ୍ତି ଯଥା ଅଧ୍ୟାପକ ଡଃ ଦିଲ୍ଲିପ ଲେଙ୍କା, ଅବସରପ୍ରାପ୍ତ ପ୍ରାଧ୍ୟାପକ ସରୋଜ କୁମାର ନାୟକ, ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁଙ୍କୁ ନାଉଗାଁ ଗୌରବ ଓ କଟକ ଜିଲା ସାମ୍ବାଦିକ ସଂଘର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ସାମ୍ବାଦିକ ଗୌରବ ରୂପେ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ୱ ସନାତନ ଯୁବସେବା ସଂଘର ସଂପାଦକ ତ୍ରିଲୋଚନ ପାଢୀ ଓ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ