ଶ୍ରୀ ଶ୍ରୀ ସୁନ୍ଦରେଶ୍ୱର ମନ୍ଦିରର ପରିଚାଳନା ଓ ଉନ୍ନୟନ କମିଟି ଗଠନ

ଛତ୍ରପୁର, (ଓ୍ବାଇଏନଏସ)  : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ସୁନ୍ଦରପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସୁନ୍ଦରେଶ୍ୱର ମନ୍ଦିର ପରିଚାଳନା ଓ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଗଠନ ହୋଇଯାଇଛି । ରବିବାର ମନ୍ଦିର ପରିସ ର ରେ ସୁନ୍ଦର ପୁର  ସରପଞ୍ଚ ଗଗନ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ବୈଠକ ରେ ବହୁ ଗ୍ରାମବାସୀ ମାନେ ଯୋଗଦେଇ ମନ୍ଦିର ସୁରକ୍ଷା, ବିକାଶ ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ,  ଶେଷରେସୁନ୍ଦରେଶ୍ୱର ମନ୍ଦିର ପରିଚାଳନା ଓ ଉନ୍ନୟନ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା, ଏଥିରେ ସଭାପତି ଭାବେ କୃଷ୍ଣଚନ୍ଦ୍ର ନାହାକଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ସେହିପରି ସମ୍ପାଦକ ଭାବେ ମାଧବ ମଣ୍ଡଳ, ଉପସଭାପତି ବଳରାମ ମୁଦୁଲି, କୋଷାଧ୍ୟକ୍ଷ ବିଟୁ ମହାଙ୍କୁଡ ଓ ସହ ସମ୍ପାଦକ ଅନାଦି ନାହାକଙ୍କୁ ସର୍ବସମ୍ମତି ଭାବେ ଚୟନ କରାଯାଇଥିଲା ।  ଏହା ସହିତ ଉପଦେଷ୍ଟା ଭାବେ ସୁବାଷ ପୁରୋହିତ,  ଅଭିରାମ ମଣ୍ଡଳ, ପଦ୍ମ ଚରଣ ମଣ୍ଡଳ ଓଦେବରାଜ ମହାଙ୍କୁଡ ଙ୍କୁ ମନୋନୀତ କରାଯାଇଥିଲା, ତତ ସହିତ  ଆଇନ ପରାମର୍ଶ ଦାତା ଭାବେ ସଂଜୟ କୁମାର ବେହେରା ଏବଂ ୧୬ ଜଣିଆ କୋର କମିଟି ମଧ୍ୟ ଚୟନ କରାଯାଇଥିଲା,  ସୁନ୍ଦରେଶ୍ୱର ମନ୍ଦିର ନୂଚନ ପରିଚାଳନା ଓ ଉନ୍ନୟନ କମିଟିର ସମସ୍ତ ନୂତନ କର୍ମକର୍ତାଙ୍କୁ ସରପଞ୍ଚ ଗଗନ କୁମାର ବେହେରା ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଆସନ୍ତା ମହାଶିବରାତ୍ର ପୂଜା ଅବସରରେ ମନ୍ଦିରର ପରିଚାଳନା ଓ ଉନ୍ନୟନ ବିଷୟରେ ଏହି କମିଟିକୁ ଦାୟିତ୍ୱ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ସରପଞ୍ଚ ଶ୍ରୀ ବେହେରା କମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ