ଶ୍ରୀରାମଚରିତମାନସ ଓ ନବାନ୍ନ ପାରାୟଣ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ(ଜୋଡିଚଉଁରା)ର ମାନସମଣ୍ଡପରେ ଗତ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମଚରିତମାନସ ଓ ନବାନ୍ନ ପାରାୟଣ ଗୁରୁବାର ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଗୁରୁପ୍ରସାଦ ମିଶ୍ର, ପଣ୍ଡିତ ତ୍ରିଲୋଚନ ମିଶ୍ର, ପଣ୍ଡିତ ପ୍ରଶାନ୍ତ କୁମାର ମିଶ୍ର, ପଣ୍ଡିତ ଅନନ୍ତ ପ୍ରସାଦ ବାରିକ, ପଣ୍ଡିତ ରବିନାରାୟଣ ହୋତା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିବସରେ ଶ୍ରୀରାମଚରିତ ଉପରେ ପ୍ରବଚନ ପ୍ରଦାନ କରିଥିବା ବେଳେ କର୍ତ୍ତା ଭାବେ ପ୍ରଭାକର ପରିଡା କାର୍ଯ୍ୟନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ବେହେରା, ସନ୍ତୋଷ ନାୟକ, ମନୋଜ ସାହୁ, ବିଦ୍ୟାଧର ସାହୁ, ଚନ୍ଦ୍ରକାନ୍ତ ବେହେରା, ସଞ୍ଜୀବ ନାୟକ, ଗୈାରାଙ୍ଗ ସାହୁ, ଖଗେଶ୍ୱବର ପରିଡା, ଗୈାରାଙ୍ଗ ସ୍ୱାଇଁ, ନାଗମଣୀ ସାହୁ, ସଞ୍ଜୟ ସାହୁ, ଗୈାରାଙ୍ଗ ବାରିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।