ଶ୍ରୀରାମପୁର ପାନୀୟ ଜଳ ଯୋଗାଣ ବନ୍ଦ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଟାଙ୍କି ବସା ଯାଇଥିଲା । ଏଠାରେ କୌଣସି ଏସିଏମ୍ଙ୍କୁ ପମ୍ପ ଚଲାଇବା ପାଇଁ ଦାୟିତ୍ୱ ଦିଆଯାଇ ନ ଥିବା ବେଳେ ଗ୍ରାମର ଜଣେ ଯୁବକ ଦୀର୍ଘ ମାସ ଧରି ପମ୍ପ ଚଲାଇ ଆସୁଥିଲେ । କୌଣସି କିଛି ପ୍ରାପ୍ୟ ନପାଇବାରୁ ଏବେ ସେ ପମ୍ପ ଚଲାଇବା ବନ୍ଦ କରି ଦେଇଛନ୍ତି । ଫଳରେ ଗ୍ରାମର ୭ ଓ ୮ ନଂ ୱାର୍ଡର ଦେଢଶହ ପରିବାରର ପାଖାପାଖି ୭ ଶହ ଲୋକ ପାନୀୟ ଜଳ ପାଇବାରୁ ବଞ୍ôଚତ ହୋଇଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ସୂରଜ ମାଇତିଙ୍କୁ ପଚାରିବାରୁ କ୍ଷେତ୍ର ପରିଦର୍ଶନ ପରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଗୋପିନାଥପୁର ସରପଞ୍ଚ ଙ୍କୁ ପଚାରିବାରୁ ପଞ୍ଚାୟତର ଏକାଧିକ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ ଥିବା ବେଳେ ୩ ଜଣ ଏସିଏମ୍ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ଦେଇ ପମ୍ପ ଚଲାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ପ୍ରକାଶ ଥାଉକି, ଆଜକୁ ୬ ମାସ ହେବ କେବୁଲ୍ ପୋଡିଯିବା ଏବଂ ଡ୍ରପ୍ ଆଉଟ୍ ଯିବା ଯୋଗୁ ଲୋକେ ପାଣି ପାଇବାରୁ ବଞ୍ôଚତ ହୋଇ ଆସୁଥିଲେ । ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଅବଗତ କରିବା ସହ ଗତ ମାସ ୨୪ରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି କରାଯାଇ ଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ଯୋଗାଇ ଦିଆଯାଉଥିଲା । ମାତ୍ର ଆଜକୁ ୫ ଦିନ ହେବ ସମ୍ପୃକ୍ତ ପମ୍ପ ଚାଳକ ପମ୍ପ ନ ଚଳାଇବା ଫଳରେ ଲୋକେ ପାନୀୟ ଜଳ ପାଇ ପାରୁନାହାନ୍ତି । ଦୀର୍ଘମାସ ଧରି ପ୍ରାପ୍ୟ ପାଇନଥିବାରୁ ପମ୍ପ ଚଳାଇବା ସମ୍ଭବ ନୁହେଁ ପମ୍ପ ଚାଳକ କହିଛନ୍ତି ।


