ଏସ.ଏସ.ବି. ଲେକ୍ଚରର୍ସ ଆସୋସିଏସନର ଅନଲାଇନ ନିର୍ବାଚନ

ବୁଗୁଡା , (ଅନୀଲ କୁମାର ମହାରଣା): ଅଗଷ୍ଟ ୧୦ ତାରିଖରେ ଓଡ଼ିଶା ଏସ.ଏସ.ବି. ଅଧ୍ୟାପକ-ଅଧ୍ୟାପିକା ସଂଘର ନିର୍ବାଚନ ହେବ। ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ଡିଗ୍ରୀ କଲେଜରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜ ମତଦାନ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମକୋଷାଧ୍ୟକ୍ଷ ଆଦି ୬ଟି ପଦ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱିନ୍ଦ୍ୱିତା କରୁଛନ୍ତି । ସଭାପତି ପଦ ପାଇଁ ଜିତେନ୍ଦ୍ର କୁମାର ସାହୁ, ଅଶୋକ କୁମାର ରାଉତ, ମଦନ ମେହେର ଓ ଲଲାଟେନ୍ଦୁ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଉପସଭାପଦି ପଦ ପାଇଁ ଚିରଞ୍ଜିବୀ ଦାସ, ମାନସ ରଞ୍ଜନ ସାହୁ ଓ ରଞ୍ଜନ କୁମାର ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସମ୍ପାଦକ ପଦ ପାଇଁ ସୁଧାଂଶୁ ଶେଖର ପଣ୍ଡା, ଗୌରଭ ଶର୍ମା, ଗଙ୍ଗାଧର ପ୍ରଧାନ ଓ ସୁଦାମ ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଯୁଗ୍ମସମ୍ପାଦକ ପଦ ପାଇଁ ସମରେନ୍ଦ୍ର ନାରାୟଣ ପଣ୍ଡା, ଦୁଷ୍ମନ୍ତ ବେହେରା ଓ ତୁଳସୀ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କୋଷାଧ୍ୟକ୍ଷ ପଦ ପାଇଁ ଗୟାଧର ମଲିକ ଓ ନିରଞ୍ଜନ ପୋଢ ଏବଂ ଯୁଗ୍ମକୋଷାଧ୍ୟକ୍ଷ ପଦ ପାଇଁ ତାପଜ କୁମାର ପାତ୍ର ଓ ତଥାଗତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଓସଲାର ନିର୍ବାଚନ ଅଧିକାରୀ ଆତ୍ମପ୍ରକାଶ ନାୟକଙ୍କ ସୂଚନା ମୁତାବକ ଏହି ନିର୍ବାଚନ ଅନଲାଇନ ପଦ୍ଧତିରେ ଅନୁଷ୍ଠିତ ହେବ । ଓଡିଶା ରାଜ୍ୟରେ ଏପରି ବିଶାଳ ଅନଲାଇନ ଭୋଟିଙ୍ଗ ପ୍ରଥମ ଥର ପାଇଁ ଏକ ରେଜିଷ୍ଟ୍ରିଭୁକ୍ତ ଅନୁଷ୍ଠାନରେ ସଂଗଠିତ ହେବାକୁଯାଉଅଛି। ଏହି ଅନଲାଇନ ଭୋଟିଙ୍ଗ ପ୍ରକ୍ରିୟାରେ ଭୋଟର ଭାବେ ପଞ୍ଜିକୃତ ସବୁ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକାଙ୍କ ଇମେଲକୁ ଏକ ଭୋଟିଂ ଲିଙ୍କ ପଠାଯାଇଛି । ଏହାସହ ଭୋଟିଂ ଲିଙ୍କ କୁ ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ଦିଆଯିବ । ଭୋଟ ଦାନ ଦିନ ସେମାନେ ଏହି ଲିଙ୍କ୍‌କୁ କ୍ଲିକ୍ କରି ନିଜର ମତଦାନ କରିପାରିବେ । ବୈଷୟିକ ଜ୍ଞାନର ବିନିଯୋଗରେ ଏଭଳି ଭୋଟିଂ ଏକ ନିଆରା ଅଧ୍ୟାୟ ସୃଷ୍ଟି କରିବ ଓ ଏହା ଓଡ଼ିଶାରେ ଏକ ବିଶାଳ ଅନଲାଇନ ଭୋଟିଂ ଭାବରେ ଗଣାଯିବ । ଭୋଟଦାନର ରାତିରେ ଫଳାଫଳ ଘୋଷଣା କରାଯିବ । ମତଦାନ ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତିନିଧି ଚୟନ ଦ୍ୱାରା ଓସଲା ସଶକ୍ତ ହେବ ବୋଲି ଅଧ୍ୟାପକ-ଅଧ୍ୟାପିକାମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ