ସେଣ୍ଟ ଜାଭିୟର୍ସ ରେ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଡିମ୍ବୋ ନଇଗାଁ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଗତ ସି.ବି.ଏସ.ଇ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜି ସମ୍ବର୍ଦ୍ଧନା ଦିଆଯାଇଛି। ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ରେକର୍ଡ ପ୍ରତିଶତ ୯୮.୬୦ ରଖି ପାସ କରିଥିବା ଲିକ୍ଷିତ କୁମାର ମହାନ୍ତଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ରୋସନି କୁମାର ରାମ ଦ୍ଵାଦଶ ବାଣିଜ୍ୟ ରେ ଏବଂ ଆଦିତ୍ୟ କୁମାର ପଣ୍ଡା ଦ୍ଵାଦଶ ବିଜ୍ଞାନରେ ଟପ୍ପର ଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟାନ୍ୟ କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଶୁତୋଷ ବଳ, ଶୁଭଙ୍କରୀ ପତି, ସୁଲଗ୍ନା ରାଉତ , ପ୍ରାଚିଶ୍ରୀ ବଳ, ପ୍ରାଚୀ ପରିନିତା ମହାନ୍ତ ,ଦେବସ୍ମିତା ପ୍ରଧାନ ,ଗାୟତ୍ରୀ ସାହୁ, ଅର୍ଷିତ ପ୍ରିୟଦର୍ଶୀ,ପୀୟୂଷ କୁମାର ପଣ୍ଡା, ଶିବାଙ୍ଗି ଦାସ, ତେଜସ୍ରୀ ମହାନ୍ତ, ସୁଶ୍ରୀ ସପର୍ଣ୍ଣା ମହାନ୍ତ,ଶ୍ରଦ୍ଧା ସୁମନ ଦାସ,ଅଙ୍କିତ କୁମାର ସାହୁ ,ପ୍ରାଚୀ ଭୁତ୍ରା,ଇପ୍ସିତା ମହାନ୍ତ ,ମହେଶ୍ୱର ସାହୁ,ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟଅତିଥି ରୂପରେ କାଶଭି ଗ୍ରୁପ ଅଫ କମ୍ପାନିଜର ଅଧ୍ୟକ୍ଷ ତଥା ଜ୍ଞାନଦୋୟ ଏଜୁକେଶନାଲ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦେବବ୍ରତ ବେହେରା , ସମ୍ମାନିତ ଅତିଥି ଭାବରେ ଟ୍ରଷ୍ଟି ସୁସ୍ମିତା ବେହେରା, ଟ୍ରଷ୍ଟି କାଶଭି କେୟା ,ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଟ୍ରଷ୍ଟି ଶରତ କୁମାର ମହାନ୍ତି ,ଟ୍ରଷ୍ଟି ସୌମ୍ୟରଞ୍ଜନ ପଣ୍ଡା ,ଉପସଭାପତି ଇଂ କିରଣ ଭାରତୀ, ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିବ୍ୟକିଶୋର ପ୍ରଧାନ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଇଂ ମୃତ୍ୟୁଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ମୁଖ୍ୟଅତିଥି ଇଂ ବେହେରା ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ସହ ସମାଜର ପ୍ରଗତିରେ ଭାଗୀଦାର ହେବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଇଂ ନାୟକ ଛାତ୍ରଛାତ୍ରୀଙ୍କୁ ଜୀବନରେ ଶୃଙ୍ଖଳିତ ଏବଂ ପରିଶ୍ରମୀ ହେଲେ ସବୁ ସଫଳତାର ଶୀର୍ଷକୁ ପହଞ୍ଚିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଧାନ ଏହି ସଫଳତା କେବଳ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶ୍ରେୟ ନୁହଁ ବରଂ ଅଭିଭାବକ ମାନେ ମଧ୍ୟ ଏଥିରେ ଅଂଶୀଦାର ବୋଲି କହିଥିଲେ। ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ସଂଯୁକ୍ତା ଦାସ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ