ରାସ୍ତା ନିର୍ମାଣକୁ ନେଇ ଛୁରାମାଡ ଘଟଣା

ନାଉଗାଁ (ଓ୍ବାଇଏନଏସ): ରାସ୍ତା ନିର୍ମାଣକୁ ନେଇ ଛୁରାମାଡ ଘଟଣାରେ ବୁଧବାର କୋରୁଅ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଗାରୋଇ ଫାଣ୍ଡି ଅଧିକାରୀଙ୍କ ମାଧ୍ୟମରେ ନାଉଗାଁ ଥାନାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି। ଉକ୍ତ ଦାବିପତ୍ରକୁ ଗ୍ରାମର ନଗେନ୍ଦ୍ର ନାଥ ନାୟକ,କାମଦେବ ଦଳାଇ,ବିଜୟ ବେହେରା,ଅରଣ୍ୟ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଫାଣ୍ଡିରେ ପହଂଚି ପ୍ରଦାନ କରିଛନ୍ତି। ଦାବି ମୁତାବକ ଉକ୍ତ ଗ୍ରାମର ଲିଟୁ ସ୍ୱାଇଁ,ରାଜା ପଲେଇ ଓ ଆହୁରି ଅନେକ ଅସାମାଜିକ ବ୍ୟକ୍ତି ଏକ ସଙ୍ଗଠନ କରି ଆତଙ୍କ ସୃଷ୍ଟି କରୁଛନ୍ତି। ଗତକାଲି ଛୁରାମାଡ ଘଟଣା ସଂପର୍କରେ ଗ୍ରାମବାସୀ ପଚାରିବାରୁ ରାଜା ସମେତ ତା’ର ବୋଉ ଓ ଭଣଜା ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ସେମାନଙ୍କୁ ଗ୍ରାମରୁ ବିଦା ନ କଲେ ଆମ୍ଭେ ଗ୍ରାମବାସୀ ଶାନ୍ତିରେ ରହି ପାରିବୁ ନାହିଁ। ତେଣୁ ଗ୍ରାମବାସୀମାନେ ବସି ଏହି ଘଟଣା ଉପରେ ଆପଣଙ୍କୁ ଜଣାଇଲୁ। ଯଦି ଉକ୍ତ ଘଟଣାକୁ ପୋଲିସ ଗୁରୁତର ସହ ନ ବୁଝେ ତେବେ ଆଗାମୀ ଦିନରେ କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏସଂକ୍ରାନ୍ତରେ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ମୁତାବକ ମାମଲା ରୁଜୁ କରାଯିବା ସହ ଲିଟୁ ସ୍ୱାଇଁକୁ ଗିରଫ କରାଯାଇ କୋର୍ଟ ପଠାଯାଇଛି। ଯଥାଶୀଘ୍ର ଅନ୍ୟମାନଙ୍କୁ ଧରା ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ ଯେ ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ନିର୍ମାଣକୁ କେନ୍ଦ୍ର କରି ମଙ୍ଗଳବାର ଛୁରୀରେ ଆକ୍ରମଣ ହୋଇଥିଲା। ଏନେଇ ଥାନାରେ ୨ଟି ପୃଥକ୍ ଅଭିଯୋଗ କରାଯାଇଥିଲା। ରାସ୍ତା ନିର୍ମାଣ ଠିକାଦାର ରଘୁନାଥ କାଣ୍ଡୀଙ୍କ ଅଭିଯୋଗ ମୁତାବକ, କୋରୁଅ ପଂଚାୟତର ବାଉଁଶଜୋରୀ ଠାରୁ ସାଧୁଗୋସ୍ୱାମୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଛି।ଏହି କାମ ସମୟରେ ତାଙ୍କ କର୍ମଚାରୀ ସଂଜୟ ଭୋଇ,ସୁଶିଲ କୁମାର ପରିଡା କାର୍ଯ୍ୟସ୍ଥଳରେ ଉପସ୍ଥିତ ଥିଲେ। ସେତେବେଳେ ପଂଚାୟତର କିଛି ଯୁବକ ଆସି ତାଙ୍କୁ ଗାଲିଗୁଲଜ କରିବା ସହ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନ ଚେତ୍ କାମ କରାଇ ଦେବୁ ନାହିଁ ବୋଲି ଧମକ ଦେଇଥିଲେ। ଏନେଇ ତାଙ୍କ କର୍ମଚାରୀ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସଂଜୟକୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ସୁଶୀଲ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଉଭୟେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ବେଳେ କେତେ ଜଣ ବାଇକ୍ ରେ ଆସି ଥାନାରେ ଜଣାଇଲେ, ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ଜାତିଆଣ ଆକ୍ଷେପ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ମେନକା ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ତାଙ୍କ ଜମିରେ ଜୋରଜବରଦସ୍ତ ରାସ୍ତା ନେବାକୁ ଲୋକ ପଠାଇ ଠିକାଦାର ଝଗଡା କରିବା ସହ ତାଙ୍କ ଘରକୁ କେତେ ଜଣ ଲୋକଙ୍କୁ ଆଣି ପୁଅକୁ ଖୋଜିବା ସହ ଗାଳିଗୁଲଜ ଜରିଥିଲେ। ପରେ ପୁଅକୁ ବିଲ ନିକଟରେ ପାଇ ମାଡ ମାରିଛନ୍ତି। ଜମି ଦେଇ ରାସ୍ତା ବନ୍ଦ କଲରେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ