ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ

ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ପ୍ରାୟୋଜିତ ତଥା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଷ୍ଟାର୍ଟଅପ୍ ସଚେତନତା ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇ ଉଦ୍ୟୋଗୀ ଶ୍ରୀଯୁକ୍ତ ପ୍ରଣବ ମିଶ୍ର ନିଜ ବକ୍ତବ୍ୟରେ ଷ୍ଟାର୍ଟଅପ୍ ର ବ୍ୟାଖ୍ୟା କରିବା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ବରିଷ୍ଠ କୃଷି ବିଜ୍ଞାନୀ ଡ. ସୁଜିତ୍ କୁମାର ନାଥ ନିଜର ଅଭିଭାଷଣରେ ଗଞ୍ଜାମ ଜିଲ୍ଲାରେ ସୁଲଭ ଉତ୍ପାଦ ଗୁଡ଼ିକୁ ନେଇ ନୂତନ ଉଦ୍ୟୋଗ ଆରମ୍ଭ କରିବା ସହ ଏହାର ବଜାର ସୃଷ୍ଟି କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ନିଷ୍ଟର ଅଧ୍ୟାପକ ଡ. ସଦ୍ଦୀପନ ମଲ୍ଲିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅନେକ ନୂତନ ଧାରଣା ଉନ୍ମୋଚନ କରିବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଆଇ. କ୍ୟୁ. ଏସ. ସି ର ସଂଯୋଜକ ଡ. ଗୌତମ ସାବତ।କାର୍ଯ୍ୟକ୍ରମ ଶେଷରେ ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରବଳ ଉତ୍ସାହରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ