ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ

  ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ବାରିପଦା ସହରର ଗୌରବ ମାରାଣ୍ଡି (୩୪) ଙ୍କ ମୃତଦେହ କୁ ବୁଧବାର ଅପରାହ୍ନ ରେ ପୋଲିସ ଜବତ କରିଛି।ସେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ମେନ୍ ରୋଡ଼ରେ ରହୁଥିବା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ବାଳକୃଷ୍ଣ ଦୋରା ଙ୍କ ଘର ର ୨ ୟ ମହଲା ରେ  ଭଡ଼ା ରହୁଥିଲେ। ସେ ମସ୍ତିସ୍କ ଜ୍ବରରେ ସଂକ୍ରମିତ ରହି ଚିକିତ୍ସିତ ହେଉଥିଲେ।ସୋମବାର ଠାରୁ ସେ ଛୁଟି ରେ ଥିବା ସହ ଘରେ ରହୁଥିଲେ।ସେ ଘର ଭିତରେ ମୃତ୍ୟୁବରଣ କରିଥିବା ଖବରପାଇ ଅପରାହ୍ନ ପ୍ରାୟ ୪ ଟାରେ ଦିଗପହଣ୍ଡି ଥାନା ଏସ.ଆଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସନ୍ଧ୍ୟାରେ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି। ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।ସେ ତାଙ୍କ ପିତା ଙ୍କ ଏକମାତ୍ର ପୁତ୍ର ଥିବା ଜଣାପଡ଼ିଛି।ତାଙ୍କ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ