ଷ୍ଟେଟ ବ୍ୟାଙ୍କ ତରଫରୁ ଚାଷୀଙ୍କୁ ସମ୍ବର୍ନ୍ଧନା
ନାଉଗାଁ (ଓ୍ବାଇଏନଏସ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ଚାଷୀମାନଙ୍କୁ ବୁଧବାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବ୍ୟାଙ୍କରୁ କୃଷି ରୂଣ ନେଇ ଚାଷ କାର୍ଯ୍ୟରେ ଲଗାଇ ସଠିକ ସମୟ ମଧ୍ୟ ରୂଣ ପରିଶୋଧ କରୁଥିବା ଚାଷୀଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ପ୍ରଣୟ କୁମାର ସାମଲ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ସହଯୋଗୀ ପ୍ରଭାତ କୁମାର ସେଠୀ, ରମାକାନ୍ତ ସ୍ୱାଇଁ, ଶିବ ଶଙ୍କର ପାହିଲ, ଅନନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।