ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି: ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା

ଛତ୍ରପୁର, :  ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା,   କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଚ ଚିପି ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା ଭଉଣୀଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାକୁ ପ୍ରଦାନ କରିଛନ୍ତି।ଗ୍ରାମୀଣ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛି ସୁଭଦ୍ରା ଯୋଜନା। ଅଗଷ୍ଟ ୯ ରାଖି ପୂର୍ଣ୍ଣିମା ଅବସରରେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ। ମହିଳାଙ୍କ ସମୃଦ୍ଧି ଜରିଆରେ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ରାଜ୍ୟ ସରକାର। ଏହାସହ ଆଜି ଖୋଲିଛି ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ଛତ୍ରପୁର ଅନସ୍ଲୋ ସ୍କୁଲ ପଡିଆରେ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୋଟ ୯ ଲକ୍ଷ ୫ ହଜାର ୪୨୧ଜଣ ଙ୍କ ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା । ଆୟୋଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ,ପୂର୍ବତନ ଗଞ୍ଜାମ ବ୍ଲକ ଡ଼ଃ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ବିଭିନ୍ନ ଅଂଚଳ ରୁ ହିତାଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିବା ସହ ଟଙ୍କା ଆସିଥିବାରୁ ଖୁସି ଜାହିର କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ