ଏସପିଙ୍କୁ ଭେଟିଲେ ରାଜ୍ୟ ମାନବାଧିକାର ପରିଷଦ ଅଧ୍ୟକ୍ଷା

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଗୋରକ୍ଷକ ର ପରିଚୟ ଦେଇ ମାନସିକ ଓ ଶାରୀରିକ,ବେଆଇନ କଙ୍ଗାରୁ କୋର୍ଟ କରି ନିଯ୍ୟାତନା ଘଟଣା କୁ ତୀବ୍ର ନିନ୍ଦା କରିଛି ରାଜ୍ୟ ମାନବାଧିକାର ପରିଷଦ, ଏନେଇ ପରିଷଦ ର ଅଧ୍ୟକ୍ଷା ସସ୍ମିତା ଦାସ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଏସପି ଓ ଅତିରିକ୍ତ ଏସପି ଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କ ରେ ଆଲୋଚନା କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି, ଏଥିରେ ସମ୍ପୃକ୍ତଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି, କଙ୍ଗାରୁ କୋର୍ଟ କରିବା, ଜାତିଗତ ହିଂସା ଏବଂ ଦଳିତଙ୍କୁ ଏପରି ନିର୍ଯ୍ୟାତନା ଦେବା ଆଇନର ଘୋର ଉଲ୍ଲଘଂନ କରୁଛି। ସୂଚନାଯୋଗ୍ୟ, ଝିଅକୁ ଯୌତୁକ ଦେବା ପାଇଁ ସମ୍ପୃକ୍ତ ୨ଜଣ ଦଳିତ ବ୍ୟକ୍ତି ୨୨ ତାରିଖରେ ହରିପୁରରୁ ୩ଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ଖାରିଗୁମ୍ମାରେ ତାଙ୍କୁ କେତେଜଣ ଲୋକ ଅଟକାଇ ଗୋଚାଲାଣ କରୁଥିବା ଅଭିଯୋଗ କରି ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ସେମାନେ ଉଭୟଙ୍କୁ ମାଡ଼ ମାରିଥିଲେ। ପରେ ସେଲୁନ କୁ ନେଇ ଅଧାଲଣ୍ଡା କରି ୨ ଦଳିତଙ୍କୁ ଖାରିଗୁମ୍ମାରୁ ଚଲାଇ ଜାହାଡା ପର୍ଯ୍ୟନ୍ତ ଆଣିଥିଲେ। କଙ୍ଗାରୁ କୋର୍ଟ ବସାଇ ଉଭୟଙ୍କୁ ଜାହାଡ଼ା ଗାଁଦାଣ୍ଡରେ ୨ କିଲୋମିଟର ଆଣ୍ଠୁରେ ଚଲାଇଥିଲେ। ସେମାନଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ ।  ଏହି ଦାବିପତ୍ର ଦେବାବେଳେ ମାନବାଧିକ ର ପରିଷଦ ର ଗଞ୍ଜାମ ଜ଼ିଲା ସଭାପତି ଲକ୍ଷ୍ମଣ ମହାରଣା, କାର୍ଯ୍ୟକାରୀ ସଭାପତି ମନୋଜ ପଣ୍ଡା,ଜ଼ିଲା ମହିଳା ସଭାନେତ୍ରୀ ସୁମିତ୍ରା ମହାରଣା, ଜ଼ିଲା ମହିଳା ଉପସଭାନେତ୍ରୀ ଜ୍ୟୋସା ରାଣୀ ଦାସ,ଜ଼ିଲା ସମ୍ପାଦକ ଏସ, ସନ୍ତୋଷ ରେଡ୍ଡୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ