ରାଜ୍ୟ ସ୍ତରୀୟ ଲୋକକଳା ଓ ଶିଶିର ମହୋତ୍ସବ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଭଞ୍ଜ କଳା ନିକେତନ ପକ୍ଷରୁ ରାଜ୍ୟ ସ୍ତରୀୟ ଶିଶିର ମହୋତ୍ସବ ଓ ଯାଜପୁର ଲୋକକଳା ଉତ୍ସବ ଜିଲ୍ଲା ସଂସ୍କୃତି ଭବନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଜାତୀୟ ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ। ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ଼ ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ନାଟ୍ୟକାର ନଟବର ଦାସ, ସମ୍ମାନୀତ ଅତିଥି ଭାବେ ଦିନାଚର୍ଯ୍ୟ ସମ୍ବାଦପତ୍ରର ସମ୍ପାଦକ ତପନ ମହାରଣା, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ନାରାୟଣ ପତି, ବିଶିଷ୍ଟ ସମାଜସେବୀ ମୋହନ ଚନ୍ଦ୍ର ପଣ୍ଡା, ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ରାଜ୍ୟ ଉପସଭାପତି ସୁବ୍ରତ ରାଉତ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଭଞ୍ଜକଳା ନିକେତନର ସଭାପତି ନିରାକାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆସନ୍ତା ଫେବୃୟାରୀ ୨୨ ତାରିଖ ଦିନ ଭଦ୍ରକ ଲୋକକଳା ମହୋତ୍ସବରେ ଏକଶହ ଜଣଙ୍କ ସ୍ୱରଚିତ ଲେଖା ସମ୍ବଳିତ ମୂର୍ଚ୍ଛନା ପତ୍ରିକା ପ୍ରକାଶ ପାଇବ। ମା’ ଯଶୋଦା କଳା ପରିଷଦ ସଭାପତି ଆରୁପମା ନାୟକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୂର୍ଚ୍ଛନାର ସଂଯୋଜକ ସୁଶାନ୍ତ କୁମାର ପରିଡ଼ା, କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପ୍ରଧାନ, ବାଦ୍ୟଶିଳ୍ପୀ ରଞ୍ଜନ କୁମାର ସାହୁ, ନୃତ୍ୟଗୁରୁ ସୁଭାସିନି ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଳାକାର, କବି ଓ ସମାଜସେବୀ ମାନଙ୍କୁ ମା’ ବିରଜା ସମ୍ମାନ ଓ ଗଦାକ୍ଷେତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ