ଡିସେମ୍ବର ୨୫ରୁ ରାଜ୍ୟସ୍ତରୀୟ ମଙ୍ଗଳା କପ୍
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ): ଡିସେମ୍ବର ୨୫ରୁ ଆରମ୍ଭ ହେବାକୁ ଯାଉଛି ମଙ୍ଗଳା ଆଥେଲେଟିକ ଆସୋସିୟସନ ଆନୁକୂଲ୍ୟ ରେ ୩୬ତମ ଅଲ ଓଡିଶା ମଙ୍ଗଳା କପ୍। ପୁରୀ ଜିଲ୍ଲା କାକଟପୁର ହାଇସ୍କୁଲ ପଛପଡିଆ ମିନିଷ୍ଟାଡିୟମ ରେ ଡିସେମ୍ବର ୨୫ରୁ ଅଲ ଓଡିଶା ମଙ୍ଗଳା କପ୍ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ଆୟୋଜକ କ୍ଲବ ତରଫରୁ କାକଟପୁର ଖୁଣ୍ଟିଆ କନଭେନଶନ ରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବା ବେଳେ ଚମ୍ପିୟାନ ଦଳକୁ ମଙ୍ଗଳାକପ୍ ସହ ୫୦ହଜାର ୫ଶହ ୫୫ଟଙ୍କା ଏବଂ ରନର୍ସ ଦଳକୁ କପ୍ ସହ ୩୦ହଜାର ୩ଶହ ୩୩ଟଙ୍କା ପୁରସ୍କାର ଦିଆଯିବାକୁ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତି ପ୍ରକାଶ କରିଛନ୍ତି। ଏହି ମ୍ୟାଚରେ ଏସଜି ଡିୟୁଜ ବଲ ଖେଳାଯିବ ଓ ପ୍ରତ୍ୟେକ ମ୍ୟାଚରେ ଆକର୍ଷଣୀୟ ଉପହାର ରଖାଯାଇଛି। ସାମ୍ବାଦିକ ସମ୍ମିଳନୀ ରେ କାକଟପୁର ପ୍ରେସ କ୍ଳବ ସଭାପତି କମଳଲୋଚନ ଦୀକ୍ଷିତି, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତି, ଆୟୋଜକ କ୍ଲବର ଉପଦେଷ୍ଟା ପ୍ରେମାନନ୍ଦ ଗୋଛାୟତ,କୋଷାଧକ୍ଷ ସୂର୍ଯ୍ୟକାନ୍ତ ଦୀକ୍ଷିତି,ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତି,ଆଥେଲେଟିକି ସେକ୍ରେଟାରୀ ଭାଗବତ ସ୍ୱାଇଁ, ସଞ୍ଜୟ ସାମଲ,ଶ୍ୟାମସୁନ୍ଦର ରଣା, ଧିରେନ ଚାନ୍ଦ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।


