ହାଟଡିହିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ
ହାଟଡିହି(ଓ୍ବାଇଏନଏସ) : ଆମ ଭାଷା ସାହିତ୍ୟ ଓ ସଂସ୍କୃତିର ଧାରା ଆମ ସମାଜର ଅବକ୍ଷୟକୁ ସୁଧାରି ପାରିବ ବୋଲି ହାଟଡିହି ବ୍ଲକ ଶାସଙ୍ଗ ଠାରେ ରାଜ୍ଯ ସ୍ତରୀୟ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ.ଶକୁନ୍ତଳା ବଳିୟାର ସିଂ ମତବ୍ୟକ୍ତ କରିଛନ୍ତି। ବୈତରଣୀ ଅବବାହିକାରେ ଥିବା ସଭ୍ୟତା ଖୁବ୍ ପ୍ରାଚୀନ। ଏ ମାଟିରେ ଗଢି ଉଠିଥିବା ଅନୁଷ୍ଠାନ ଭାଷା ସାହିତ୍ୟର ଅଭିବୃଦ୍ଧିରେ ସକାରାତ୍ମକ ବାର୍ତ୍ତା ପ୍ରେରଣ କରିବ ବୋଲି କହିଛନ୍ତି। ହାଟଡିହି ବ୍ଲକ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ଅଧ୍ୟକ୍ଷତାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ନିହାର ଶତପଥି ଯୋଗଦେଇ ସହଜ ଓ ସରଳ ଶବ୍ଦରେ ଗଢା କବିତା ହୃଦୟର ବସାବାନ୍ଧେ, ସରଳ ସାହିତ୍ୟ ସବୁସ୍ତରରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ। କବିତା ମସ୍ତିଷ୍କ ରୁ ନୁହେଁ ହୃଦୟରୁ ସୃଷ୍ଟି ହେଲେ ତାହା କାଳଜୟୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡ.ରାମଚନ୍ଦ୍ର ନାୟକ ଯୋଗଦେଇ ଲେଖକ ଲେଖିକା ମାନେ ସମାଜରେ ଗ୍ରହଣ ହେଲାଭଳି କବିତା ଓ ସାହିତ୍ୟ ଲେଖିବା ଆବଶ୍ୟକ। ସାହିତ୍ୟ ସମାଜକୁ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ଲିଭାଇ ଥାଏ ବୋଲି କହିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ପ୍ରୟାସୀ’କୁ ଅତିଥି ମାନେ ଲୋକାର୍ପଣ କରିଥିଲେ।
ନିମନ୍ତ୍ରିତ ଅତିଥି ମାନଙ୍କୁ ସାହିତ୍ୟଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ବର୍ଷିୟାନ ସାହିତ୍ୟିକ ତଥା ଲେଖକ ଯୋଗାଚାର୍ଯ୍ୟ ବାଇଧର ମୁନିଙ୍କୁ ସାହିତ୍ୟଘର ସମ୍ବର୍ଦ୍ଧନା ଦିଆଯାଇ ଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଶିଷ୍ଠ ଲେଖକ ଶରତ ଚନ୍ଦ୍ର ବାରିକ, ସମାଜସେବା କ୍ଷେତ୍ରରେ ବୃକ୍ଷ ମଣିଷ କ୍ଷୀରୋଦ ଚନ୍ଦ୍ର ସାହୁ, ଯୁବପ୍ରତିଭା ଭାବେ ଯୁବକବି ରାଜୀବ ଲୋଚନ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ ଅତିଥି ପରିଚ଼ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜକ କିଶୋର ଆଚାର୍ଯ୍ୟ ସାହିତ୍ୟ ଘରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଉଦ୍ଘାଟକ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମାଜସେବୀ ତଥା ଆନନ୍ଦପୁରର ପୁର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ବାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ଆଜିର ଯୁବପିଢ଼ିଙ୍କ ପାଇଁ ଏପରି ସାହିତ୍ୟ ସମାରୋହ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କହିଥିଲେ। ହାସ୍ୟମୟୀ ରାଜ ଓ ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ ପ୍ରଦାନ କରଯାଇଥିଲା। ସେହିପରି ନିଟ୍ ରେ କୃତକାର୍ଯ୍ୟ ହୋଇଥିବା ଡଅଁର ର ରାଜେଶ ଖୁଣ୍ଟିଆ, କଳିଗାଁ ର ମନନ୍ଦିପ ପଣ୍ଡା, ସୋସୋ ର ଗୌରୀ ଶଙ୍କର ରାଉତଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଏଥିରେ କେନ୍ଦୁଝର, ଭଦ୍ରକ, ବାଲେଶ୍ଵର, ଯାଜପୁର, କଟକ ଆଦି ୬ଟି ଜିଲ୍ଲାର କବି କବୟିତ୍ରୀ ମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଆନନ୍ଦ ଚନ୍ଦ୍ର ଓଝା, ମୋହନ କୁମାର ମହାନ୍ତି, ଲକ୍ଷ୍ମୀଧର ଜେନା, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ପରିଡ଼ା, ପୂର୍ବତନ ଏବିଇଓ ଅମୁଲ୍ୟ ମିଶ୍ର, ସାଇଚେତନା ସମ୍ପାଦକ ଚତୁର୍ଭୁଜ ପହି, ବିଦ୍ୟୁତ୍ପ୍ରଭା ଦେଓ, ଦାଶରଥି ସାହୁ, ଶଙ୍ଖାଳୀ ରାଉଳ, ପ୍ରଭାତି ମଞ୍ଜରୀ ପଣ୍ଡା, ସୁଦାମ ଚରଣ ଜେନା, ପୂର୍ଣ୍ଣଚନ୍ଦ୍ର ସାହୁ, ବାବନ ଚରଣ ବେହେରା, ଉମାମଣି ପାଢ଼ି, ଅଭିମନ୍ୟୁ ବସନ୍ତିଆ, ଅଭୟ କୁମାର ସାମଲ, ଶୁଭଲକ୍ଷ୍ମି ସାହୁ, ଅଭୟ ବେହେରା, ହେମନ୍ତ କୁମାର ନାୟକ, ରମାକାନ୍ତ ପହି, ନୃସିଂହ ଚରଣ ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସ୍ବାଇଁ, ନୟନୀ ଜେନା, ପ୍ରଶାନ୍ତ କୁମାର ଖଣ୍ଡାୟୀ, ବିନୟ କୁମାର ନାୟକ, ଦେବେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ଵାଳ, ଚକ୍ରଧର ସାହୁ, ବିକାଶ ବିଶ୍ବାଳ, ପାର୍ଥସୌରଭ ସା ଉପସ୍ଥିତ ଥିଲେ। ଶିଶିର କୁମାର ବିଶ୍ଵାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଅନିରୁଦ୍ଧ ସେଠୀ, ଶାନ୍ତନୁ କୁମାର ରାଉତ, ସତ୍ୟବ୍ରତ ବିଶ୍ବାଳ, ପର୍ଶୁରାମ ନାୟକ, କନକଲତା ସାହୁ, ପଦ୍ମାବତୀ ମଣ୍ଡଳ, ପାର ସ୍ବାଇଁ, ମଞ୍ଜୁଲତା ବେଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ।


