ଜାନୁୟାରୀ ୨୬ରୁ ରାଜ୍ୟ ସ୍ତରୀୟ ଶାରଳା କପ୍ କ୍ରିକେଟ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଆସନ୍ତା ଜାନୁୟାରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି ଶାରଳା ସ୍ପୋଟିଂ କ୍ଲବ ତରଫରୁ ୩୩ତମ ରାଜ୍ୟ ସ୍ତରୀୟ ଶାରଳା କପ୍। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଛପଡିଆ ନରେନ୍ଦ୍ର ଷ୍ଟାଡିୟମ ରେ ଜାନୁୟାରୀ ୨୬ତାରିଖରୁ ଶାରଳା ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୩୩ତମ ରାଜ୍ୟ ସ୍ତରୀୟ ଶାରଳା କପ୍ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ରବିବାର ଅପରାହ୍ନ ରେ ଆୟୋଜନ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ନରେନ୍ଦ୍ର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଜାନୁୟାରୀ ୨୬ରୁ ଉକ୍ତ କ୍ରିକେଟ ପ୍ରତିଯୋଗିତା ଉଦୁଘାଟିତ ହୋଇ ଫେବୃଆରୀ ୪ତାରିଖ ରେ ଉଦୁଯାପନ ହେବ ବୋଲି କ୍ଲବର ସଭାପତି ଯୁଗଳକିଶୋର ମହାନ୍ତି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।ଏହି ଟୁର୍ନାମେଣ୍ଟ ରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବା ବେଳେ ଚମ୍ପିୟାନ ଦଳକୁ ଶାରଳା କପ୍ ସହ ୩୫ ହଜାର ୧ଟଙ୍କା ଏବଂ ରନର୍ସ ଦଳକୁ କପ୍ ସହ ୨୫ ହଜାର ୧ଟଙ୍କା ପୁରସ୍କୃତ ଦିଆଯିବାକୁ ଆୟୋଜନ କ୍ଲବପକ୍ଷରୁ ଘୋଷଣା କରାଯାଇଛି।ଏହି ମ୍ୟାଚ କର୍କ ବଲରେ ଖେଳାଯିବ ଓ ପ୍ରତ୍ୟେକ ରନ ଅନୁଯାଇ ଆକର୍ଷଣୀୟ ଉପହାର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କ୍ଲବର ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା।ଏହା ସହ ଉପଦେଷ୍ଟା ନଟକିଶୋର ମହାନ୍ତି ଙ୍କ ତରଫରୁ କ୍ଵାଟର ରେ ପରାଜୟ ଟିମ୍ କୁ ୫ହଜାର ଟଙ୍କା ଓ ସେମି ଫାଇନାଲ ରେ ପରାଜୟ ଟିମ୍ କୁ ୧୦ହଜାର ଟଙ୍କା ପ୍ରଦାନ କରିବେ।ସାମ୍ବାଦିକ ସମ୍ମିଳନୀ ରେ କ୍ଳବର ସଭାପତିଯୁଗଳ କିଶୋର ମହାନ୍ତି, ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା (ବାବୁଲି ), ସମ୍ପାଦକ ସନ୍ତୋଷ କାଣ୍ଡି, ମିଡ଼ିଆ ସେଲ ସହ ସମ୍ପାଦକ ପ୍ରକାଶ ନାୟକ,କ୍ରୀଡା ସମ୍ପାଦକ ମିଥୁନ ବେହେରା, ସଂଯୋଜକ ଦୁର୍ଗାଚରଣ ମହାରଣା, ସହ ସଂଯୋଜକ ରମା ରଞ୍ଜନ ବସ୍ତିୟା ସମେତ କ୍ଲବର ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ।


