ରାଜ୍ୟ ସଭାପତିଙ୍କ ସୂଚନା: ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି
ଭୁବନେଶ୍ବର (ୟୁଏନ୍ଏସ) : ଆଜି ବିଜେପିର ପ୍ରତିଷ୍ଠା ଦିବସ । ରବିବାରଠୁ ଦୁଇ ଦିନ ଧରି ପ୍ରତିଷ୍ଠା ଦିବସ ପାଳିବ ରାଜ୍ୟ ବିଜେପି । ରାମ ନବମୀ ଥିବାରୁ ଏଥର ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ଦଳ । ବୁଥ୍ ସ୍ତରରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଉଡାଇବେ । ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ । ସଦସ୍ୟ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣି ବୈଠକରେ ଏକାଠି ବସି ଖାଇବେ । ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ । ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ ସେମାନେ ୭ ତାରିଖରେ ପାଳନ କରିବେ । କାଲିଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାର୍ଯ୍ୟକ୍ରମ ହେବ’। କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ ।