ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ : ଲୋକଙ୍କୁ ମିଳୁନି ଗ୍ୟାସ

ଛତ୍ରପୁର(ଓ୍ବାଇଏନଏସ) : ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ୬ଦଫା ଦାବୀନେଇ ଷ୍ଟିଅରିଂ ଛାଡ ଆନ୍ଦୋଳନ ତିନି ଦିନ ହେଲା ଜାରି ରହିଛି । ଅଖ ଚକ ଜାମ ସମେତ ଗଡୁନି ଟ୍ରକ କି ବସ । ଏହାରି ଭିତରେ ଜରୁରୀ କାଳୀନ ସେବା ମଧ୍ୟ ବାଧା ସୃଷ୍ଟି ହୋଇଛି । ଛତ୍ରପୁରରେ ଏବେ ଗ୍ୟାସ ମିଳୁନଥିବା ଦେଖିବାକୁ ମିଳିଛି । ଗାଡି ଆସୁନଥିବାରୁ ଲୋକମାନେ ଗ୍ୟାସ ଆଗରୁ ବୁକିଂ କରିଥିଲେ ବି ଗୋଦାମରେ  ଗ୍ୟାସ ଷ୍ଟକ ନଥିବାରୁ ଲୋକମାନେ ନିରାଶରେ ଫେରୁଛନ୍‌ତି । ଚଳିତ ମାସ ୨ରୁ ବୁକିଂ କରିଥିବା ଲୋକଙ୍କୁ ଏଯାବତ ଗ୍ୟାସ ମିଳିନାହିଁ । ଏଯାବତ ୨୩୪୪ ଜଣ ବୁକିଂ କରିଥିଲେ ବି ସେମାନେ ଗ୍ୟାସ ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ଛତ୍ରପୁରକୁ ଗାଡି ଆସୁନଥିବାରୁ ସେମାନଙ୍କୁ ମିଳୁନାହି ଗ୍ୟାସ । ଏପରିକି ଜେଲ ନିକଟରେ ଥିବା ଏଚପି ଗ୍ୟାସ ଗୋଦାମରେ ତାଲା ପଡିଥିବା ଦେଖିବାକୁ ମିଳିଥିବା ବେଳେ ଲୋକେ ଖାଲି ହାଣ୍ଡି ଧରି ଆସି ନିରାଶରେ ଫେରୁଛନ୍ତି । ବହୁ ଜଣେ ସେମାନଙ୍କ ରୋଷେଇ ଗ୍ୟାସ ଉପରେ ନିର୍ଭର କରୁଥିବାରୁ ସେମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଚଳା ଅବସ୍ଥା କେତେ ଦିନ ରହିବ ସେନେଇ ଗ୍ୟାସ ଅଫିସ ପକ୍ଷରୁ କୈଣସି ସଠିକ ସୂଚନା ମଧ୍ୟ ଗ୍ରାହକଙ୍କୁ ମିଳିପାରୁନାହିଁ, ଗାଡି ଆସୁନାହିଁ ଆମେ କଣ କରିବୁ ବୋଲି କହିଥିଲେ । ଶେଷଥର ପାଇଁ ୫ ରୁ ଗ୍ୟାସ ଡିପୋରୁ ଗ୍ୟାସ ଗାଡି ଆସି ୭ରେ ଅନଲୋଡ ହୋଇଥିଲା ଆଉ ଗାଡି ଆସୁନାହିଁ ବୋଲି କହିଥିଲେ । ଛତ୍ରପୁରରେ କେବଳ ଗ୍ୟାସ ନୁହେଁ ବହୁ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ସରିବାକୁ ଯାଉଥିବା ବେଳେ ବହୁ ଟାଙ୍କି ଗୁଡିକରେ ବହୁ ଭିଡ ମଧ୍ୟ ଜମୁଛି, କାଳେ ପେଟ୍ରୋଲ ମିଳିବ କି ନାହିଁ ତେଣୁ ସେମାନେ ସେମାନଙ୍କ ଗାଡିରେ  ତେଲ ଅଧିକ ପକାଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ