ପେଟ୍ରୋଲ ପମ୍ପ ଆଗରେ ଲାଗିଲା ଷ୍ଟିକର: ମିଳିବ ନାହିଁ ବୋତଲରେ ତେଲ

ଛତ୍ରପୁର, (ଓ୍ବାଇଏନଏସ): ଓଡ଼ିଶାରେ ଆଜି ଠୁ ପେଟ୍ରୋଲ ପମ୍ପଗୁଡ଼ିକରେ ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ ଆସୋସିଏଶନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହା  ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ  ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରିବାକୁ ଅନୁରୋଧ କରାଯାଇଛି।ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଥିବା ପେଟ୍ରୋଲ ପମ୍ପରେ ଆଗରେ ବୋତଲ ରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଷ୍ଟିକରଲଗାଯାଇଛି, ଏହା ସହିତ ଗ୍ରାହକ ମାନଙ୍କୁ ମଧ୍ୟ ଏ ସମ୍ବନ୍ଧ ରେ ଅବଗତ କରାଉଥିବା ଦେଖିବାକୁ ମିଳିଛି, ସୂଚନା ଯୋଗ୍ୟ ଯେ ବାଲେଶ୍ୱର ଏବଂ ବଳଙ୍ଗାରେ ସମ୍ପ୍ରତି ଘଟିଥିବା ଅଘଟଣ ପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲିୟମ ଡିଲରସ ଆସୋସିଏଶନ ନିଷ୍ପତ୍ତି ନେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ