ଚୋରା ମଦ ସମେତ ମୋଟର ସାଇକେଲ ଜବତ, ୫ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜକନିକା ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମହାକଳପଡ଼ା ଗ୍ରାମର ବୀର କିଶୋର ମଳିକ(୫୨)ଙ୍କ ଠାରୁ ୩୨ ଲିଟର ଦେଶୀ ମଦ ଓ ଅନ୍ତର୍ଯ୍ୟାମୀ ଦାସ(୨୭)ଙ୍କ ଠାରୁ ୪୧ ଲିଟର ଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ଶିଓପଡ଼ା ଗ୍ରାମର ଶରତ ମଳିକ(୩୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କଣ୍ଡିଆହାଟ ଗ୍ରାମର ପ୍ରତାପ ମଳିକ(୪୧)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଓ ରାମାକାନ୍ତ ମଳିକ(୩୧)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ୧୫୧ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, କଳ୍ପନା ରାଉତ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ