ଚୋରା ମଦ ବ୍ୟାପାର: ନୂଆ ତରିକା ଆପଣେଇଛନ୍ତି ମାଫିଆ

ହାଟଡିହି (ବିକାଶ ବିଶ୍ବାଳ): ଚୋରା ମଦ ବେପାର କରିବାବେଳେ କାଳେ କେତେବେଳେ ଚଢ଼ାଉ ହେବ ସେଥିପାଇଁ ଜଣେ ଚୋରା ମଦ ବେପାରୀ ନୂଆ ତରିକା ଆପଣେଇଛନ୍ତି। ଏ କଥା ଆମେ କହୁନୁ ଖୋଦ୍ ଅବକାରୀ ବିଭାଗର ଅଧିକାରୀ କହୁଛନ୍ତି। ସୋ ସୋ ଥାନା ଢେ଼ଙ୍କା ହାଇସ୍କୁଲ ନିକଟରେ ଦୁଇଜଣ ଚୋରା ମଦ ବେପାରୀ ପ୍ରଚୁର ମଦ ବେପାର କରୁଛନ୍ତି। ଏ ଅଞ୍ଚଳର ଅନେକ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଛି ଏହି ଦୁଇଟି ମଦ ଦୋକାନ ନିକଟରେ। ଅନେକ ସମୟରେ ମଦ ଖାଇବାକୁ କେନ୍ଦ୍ର କରି ପାଟିତୁଣ୍ଡ ଝଗଡ଼ା ଝାଟି ମଧ୍ଯ ହେଉଛି। ପାଖରେ ସରକାରୀ ହାଇସ୍କୁଲ ଥିବାବେଳେ ଛୋଟ ଛୋଟ ଛୁଆମାନେ ଏହା ଦ୍ୱାରା ପ୍ରଭାବିତ ମଧ୍ଯ ହେଇଛନ୍ତି। ବାରମ୍ଵାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ତିନି ଥର ଚଢ଼ାଉ ହେଲାଣି। ଜଣେ ମଦ ବ୍ୟବସାୟୀ ଚଢ଼ାଉ ପୁର୍ବରୁ ଚମ୍ପଟ ମାରୁଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖିଲେ ତାର ପୋଷା କୁକୁରକୁ ଛାଡି ଦେଉଛି। କୁକୁର ଆକ୍ରମଣ ଭୟରେ ମଦ ଦୋକାନୀଙ୍କୁ ଧରିବାରେ ସଫଳ ହେଉ ନାହାନ୍ତି କି ତାଙ୍କ ଘରେଥିବା ମଦ କୁ ଜବଦ କରିପାରୁନୁ ବୋଲି ହାଟଡିହି ଅବକାରୀ ବିଭାଗର ଅଧିକାରୀ କହୁଛନ୍ତି। ଏହାକୁ ନେଇ ଅବକାରୀ ବିଭାଗର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଓ ଚୋରା ମଦ ବେପାରୀଙ୍କ ନୁଆ ତରିକା ନେଇ ଚର୍ଚ୍ଚା ହେଉଛି। ଅବକାରୀ ବିଭାଗର ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ