ଚୋରା ମଦ ଜବତ, ୪ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପାଟକୁରା ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନୂଆପଡ଼ା ଗ୍ରାମର ସର୍ବେଶ୍ୱର ବେହେରା(୪୯)ଙ୍କ ଠାରୁ ୯୯୫ ଲିଟର ଦେଶୀ ରନ୍ଧା ମଦ ଓ ଶାନ୍ତିଲତା ବେହେରା(୫୨)ଙ୍କ ଠାରୁ ୮୯୦ ଲିଟର ଦେଶୀ ରନ୍ଧା ମଦ, ବାହାକଣ୍ଡିଆ ଗ୍ରାମର କୈଲାଶ ଚନ୍ଦ୍ର ସ୍ୱାଇଁ(୫୮)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଓ ନିକୁଞ୍ଜ ଜେନା(୩୮)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୯୩୫ ଲିଟର ବିଦେଶୀ, ଦେଶୀ ଓ ଦେଶୀରନ୍ଧା ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ