ବୁଗୁଡା ବ୍ଲକରେ ବାତ୍ୟାର ପ୍ରଭାବ : ସମଲେଇ ସ୍କୁଲରେ ଆଶ୍ରୟ ନେଲେ ୨୫ ଜଣ ଆଦିବାସୀ

ବୁଗୁଡା, (ଅନୀଲ କୁମାର ମହାରଣା) : ବାତ୍ୟା “ମୋନ୍ଥା” ର ପ୍ରଭାବ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରେ ଦେଖିବାକୁ ମିଳିଛି। ବୁଗୁଡା ବ୍ଳକର କରସିଙ୍ଗି ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସମଲେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ରୟ ସ୍ଥଳୀରେ ୨୫ ଜଣ ଆଶ୍ରୟ ନେଇଥିବା ଜଣାପଡିଛି। ଅକ୍ଟୋବର ୨୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧରଣ) ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା , ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର, ବୁଗୁଡ଼ ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡା , କରସିଙ୍ଗି ପଞ୍ଚାୟତ ପିଇଓ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳ ଓ ସହକାରୀ ଶିକ୍ଷକ ବୃନ୍ଦ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବ୍ୟକ୍ତିମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇବା ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଲୋକମାନଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ। ସମଲେଇ ଆଶ୍ରୟ ସ୍ଥଳୀ ସହ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ଭାମଶ୍ୟାଳି ସ୍କୁଲର ଆଶ୍ରୟ ସ୍ଥଳୀରେ ମଧ୍ୟ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ବୁଗୁଡା ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ