ମିଳିତ ବ୍ୟାଙ୍କ ୟୁନିୟନ ଫୋରମର ଧର୍ମଘଟ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ୫ଟି କାର୍ଯ୍ୟ ଦିବସ ଦାବୀରେ ମିଳିତ ବ୍ୟାଙ୍କ ୟୁନିୟନ ଫୋରମ ଡାକରାରେ ଆଜି ପୂର୍ଣ୍ଣ ଦିବସ ବ୍ୟାଙ୍କ ଧର୍ମଘଟ ହୋଇଛି । ଏହି ଧର୍ମଘଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଷ୍ଟାଫ୍ ଆସୋସିଏସନ୍ ଏବଂ ଅଫିସର ଆସୋସିଏସନ୍ ମିଳିତ ଭାବେ ସାମିଲ ହୋଇ କେନ୍ଦୁଝର ସ୍ଥିତ ଏସ୍ବିଆଇ ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ କରି ଆନେ୍ଦାଳନକୁ ଓହ୍ଲାଇଛନ୍ତି । ବ୍ୟାଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ ସେବା ପ୍ରଭାବିତ ହେବା ସହ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନଅଟି ବ୍ୟାଙ୍କ ୟୁନିୟନ ଏବଂ ସଂଗଠନ ଦ୍ୱାରା ଏହି ଧର୍ମଘଟ କରାଯାଉଛି । ସେମାନଙ୍କର ମୁଖ୍ୟ ଦାବୀ ହେଉଛି ପାଂଚ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଅର୍ଥାତ ଶନିବାର ଏବଂ ରବିବାର ଉଭୟ ଛୁଟି ରହିବା ଉଚିତ୍ । ବ୍ୟାଙ୍କ ଧର୍ମଘଟ ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ବ୍ୟାଙ୍କ ଅଫ୍ ଇଣ୍ଡିଆ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,କାନାରା ବ୍ୟାଙ୍କ,ୟୁନିୟନ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ସମେତ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରେ ନଗଦ ଜମା,ଉଠାଣ,ଚେକ କ୍ଲିୟରାନ୍ସ ଏବଂ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ୬ ଦିନ କାର୍ଯ୍ୟ ଦିବସ ଥିବାବେଳେ ତାହାକୁ ୫ ଦିନ କରିବାକୁ ମିଳିତ ବ୍ୟାଙ୍କ ୟୁନିୟନ ଫୋରମ ପକ୍ଷରୁ କେନ୍ଦ୍ର ସରକାର ଏବଂ ଇଣ୍ଡିଆନ ବ୍ୟାଙ୍କର ଆସୋସିଏସନ୍ ନିକଟରେ ଦାବୀ କରି ଆସୁଛି । ୨୦୨୩ ମସିହାରେ ମିଳିତ ବ୍ୟାଙ୍କ ୟୁନିୟନ ଫୋରମ ପକ୍ଷରୁ ଆନେ୍ଦାଳନ ପରେ ଇଣ୍ଡିଆନ ବ୍ୟାଙ୍କର ଆସୋସିଏସନ(ଆଇବିଏ) ଗୋଟିଏ ଦିନ କାର୍ଯ୍ୟ ଦିବସ କମାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଦାବୀ ପୂରଣ ହୋଇନାହିଁ । ଧର୍ମଘଟରେ ଏସ୍ବିଆଇ ଷ୍ଟାଫ୍ ଆସୋସିଏସନ କେନ୍ଦୁଝର ଜିଲ୍ଲା ଆଂଚଳିକ ସମ୍ପାଦକ ଉମାକାନ୍ତ ହାଁସଦା,ସହ ସମ୍ପାଦକ ତୁଷାରକାନ୍ତ ବେହେରା,ଏସ୍ବିଆଇ ଅଫିସର ଆସୋସିଏସନର ପଦ୍ମଲୋଚନ ନାୟକ,ଜୋନାଲ ଉପସଭାପତି ବିଶ୍ୱ ରଞ୍ଜନ ପୃଷ୍ଟି,ଆଂଚଳିକ ସମ୍ପାଦକ ବିବେକାନନ୍ଦ ନାୟକ,ଦିଲ୍ଲୀପ ନାୟକ,ହରିହର ମହାନ୍ତ,ରବିଶଙ୍କର ମୁର୍ମୁ,ସସ୍ମିତା ପ୍ରଧାନ,ବୀଣାପାଣି ପାତ୍ର,ପ୍ରଶୀଳା ପାଲ,ବିଣାପାଣୀ ନାୟକ,ଐଶର୍ଯ୍ୟା ଖଣ୍ଡେୱାଲ,ଗୀତାଶ୍ରୀ ନାୟକ,ଶୁଭମ ସିଂ,ମାନସ ନାୟକ,ରବିଶଙ୍କର ମୁର୍ମୁ ଙ୍କ ସମେତ ଏସ୍ବିଆଇ ର ବହୁ ଅଧିକାରୀ ଓ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ