ବରିଷ୍ଠ ଆଇନଜୀବୀ ପୀତବାସଙ୍କ ହତ୍ୟାକୁ ତୀବ୍ର ନିନ୍ଦା
ଆସିକା (ୱାଇଏନ୍ଏସ୍): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସୁସଂଗଠକ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ବ୍ରହ୍ମପୁର ଅଞ୍ଚଳର ଜଣାଶୁଣା ସୁସଂଗଠକ, ମେଳାପୀ, ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଥିଲା ବେଳେ ଏହି ଘୃଣ୍ୟ କାର୍ଯ୍ୟରେ ଯେଉଁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି । ଅନ୍ୟାନ୍ୟ, ଅନୀତି ଓ ଦୁର୍ନତୀ ବିରୋଧରେ ସଦାସର୍ବଦା ସ୍ୱର ଉତ୍ତୋଳନ କରି ସଂଗ୍ରାମ ଜାରି ରଖିଥିବା ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ନିଧନରେ ଆସିକା ଓକିଲ ସଂଘର ସଭାପତି ଅଜିତ୍ କୁମାର ଚୌଧୁରୀ, ସଂପାଦକ ନାରାୟଣ ମୁନି, ଉପସଭାପତି ଛବିଳରାମ ମିଶ୍ର, ଯୁଗ୍ମ ସଂପାଦକ ମାନସପୂର୍ଣ୍ଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର, ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା ଓ ସୁରେନ୍ଦ୍ରନାଥ ପଣ୍ଡା, ବରିଷ୍ଠ ଆଇନଜୀବୀ ପି.ଚନ୍ଦ୍ରଶେଖର ପାତ୍ର, ବିଦେଶୀ ନାହାକ, ପି.ରବିନ୍ଦ୍ର କୁମାର ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଧାଂଶୁ କୁମାର ପାଣିଗ୍ରାହୀ, ଦ୍ୱାରିକାନାଥ ପରିଡା, ଅଶୋକ କୁମାର ମିଶ୍ର, କାଳୀଚରଣ ଦାଶ, ମହେଶ୍ୱର ବେହେରା, ଦିଲୀପ କୁମାର ପାଣିଗ୍ରାହୀ, ନଚିକେତା ସ୍ୱାଇଁ, ପ୍ରଭାତ କୁମାର ପାଢୀ, ଜି.ସୂର୍ଯ୍ୟପ୍ରକାଶ ରାଓ, ପ୍ରିୟାଂଶୁ ଶେଖର ପରିଡା, ଅଜିତ୍ କୁମାର ମୁନି, ରାଜେଶ୍ ପାତ୍ର, ପି.ସଂଯୁକ୍ତା ପୃଷ୍ଟି, ମଧୁସ୍ମିତା ନାୟକ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡାଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ସଚେତନ ନାଗରିକ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।