ଛାତ୍ରୀଙ୍କ ଆତ୍ମହତ୍ୟା : ମୃତଦେହ ଜବତ

 ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦ୍ଵିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି।ବୁଧବାର  ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ ଡାକ୍ତରଖାନା ରୁ ଛାତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।ଅନିତା ଗାଁ ନିକଟସ୍ଥ ଏକ କଲେଜ ରେ ପାଠ ପଢୁଥିଲେ।ମଙ୍ଗଳବାର ସନ୍ଧ୍ୟାରେ କୌଣସି କାରଣରୁ ସେ ମାନସିକ ଭାରସାମ୍ୟ ହରାଇ  କୀଟନାଶକ ଖାଇ ଦେଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତି ରେ ତାଙ୍କ ମୃତ୍ୟୁ ଘଟିଥିଲା।ତାଙ୍କ ଭଉଣୀ ଏସ.ବନିତା ଦୋରା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଥାନା ଅପମୃତ୍ୟୁ ମାମଲା ନଂ.୪/୨୬ ଅନୁଯାୟୀ ଏଏସଆଇ ଦିଲ୍ଲୀପ ଗୋରଡ଼ା ମୃତଦେହ ଜବତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ