ସମାଜସେବୀଙ୍କ ବିୟୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ପୂର୍ବତନ ସରପଞ୍ଚ ସିସମା ଦାସଙ୍କ ସ୍ୱାମୀ ସମାଜସେବୀ ସୁଧୀର ରଞ୍ଜନ ଦାସଙ୍କ ୪୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ୨୦୧୭ରୁ ୨୦୨୨ପର୍ଯ୍ୟନ୍ତ ତାଙ୍କ ପତ୍ନୀ ସିସମା ଦାସ ସରପଞ୍ଚ ଥିଲେ। ସମଗ୍ର ଜିଲ୍ଲାରେ ସର୍ବାଧିକ ଭୋଟରେ ସିସମା ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୧୨-୧୭ ପର୍ଯ୍ୟନ୍ତ ସ୍ୱର୍ଗତ ଦାସ ନାଏବ ସରପଞ୍ଚ ରୂପେ ନିର୍ବାଚିତ ହୋଇ ଜମଧର ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସହରର ତିନିମୁହାଣିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦାନ୍ତ ଚିକିତ୍ସକ ରୂପେ ସେ ସୁନାମ ଅର୍ଜନ କରିଥିଲେ। ତାଙ୍କର ଏକ ମାତ୍ର ପୁତ୍ର ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବିଧାୟକ ଗଣେଶ୍ୱର ବେହେରା, ପ୍ରଦୀପ୍ତ ମହାନ୍ତି ,କାର୍ତ୍ତିକ ନାୟକ,ସରପଞ୍ଚ ରାଜ କିଶୋର ଖୁଣ୍ଟିଆ, ଦେବାଶିଷ ଦାସ, ରାଜେଶ ପଣ୍ଡା, ଆଲୋକ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ