ବାଲେଶ୍ୱରରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଛାତ୍ରଛାତ୍ରୀଙ୍କ ଶୋକସଭା ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ନାଉଗାଁ (ଓ୍ବାଇଏନଏସ): ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ମହମବତୀ ଜଳାଇ ମଙ୍ଗଳବାର ଶୋକସଭା କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ସୌମ୍ୟାଶ୍ରୀ ଯେଉଁଭଳି ଭାବେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ମୃତ୍ୟୁବରଣ କଲେ ତାହାକୁ ଦୃଢ ନିନ୍ଦା କରିବା ସହ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଚିନ୍ମୟ ଲେଙ୍କା, ସୌଭାଗୂ ରଂଜନ ଜେନା, ଚିତ୍ରସେନ ପରିଡା, ଓମ ପ୍ରକାଶ ବେହୁରା, ସ୍ମୃତି ରଂଜିତା ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତି, ରୁପଶ୍ରୀ ବରିକ, ଇପ୍ସିତ ବରାଳଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ