ଛାତ୍ରୀ ଦୁଷ୍କର୍ମ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ବିଜେଡ଼ି ଯୁବ ଛାତ୍ର ପକ୍ଷରୁ ଆନ୍ଦୋଳନ ନିଷ୍ପତି
ହାଟଡିହି ( ପାର୍ଥ ସୌରଭ ସା): ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଛାତ୍ରୀ ଦୁଷ୍କର୍ମ ବୃଦ୍ଧି ପାଉଥିବା ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା କାଲି ୨୫ତାରିଖ ବୁଧବାର ଦିନ ସମସ୍ତ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶ ପୁତ୍ତଳିକା ଦାହ କରାଯିବ। ଏହି କ୍ରମରେ ହାଟଡିହି କଲେଜ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି। ଏଥିରେ ସମସ୍ତ ଯୁବ ବିଜେଡ଼ିର ସଦସ୍ୟ ଓ ଛାତ୍ର ବିଜେଡ଼ି ର ସଦସ୍ୟ ମାନେ ଯୋଗଦେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହେବେ ବୋଲି ବିଧାୟକ ଅଭିମନ୍ୟୁ ସେଠୀ ସୁଚନା ଦେଇଛନ୍ତି।