ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‍ଯାପିତ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃôନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‍ଯାପିତ ହୋଇଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁକ୍ତତିନି ପ୍ରଥମ ବର୍ଷ ପାଠ୍ୟକ୍ରମର ଆତ୍ମସୁରକ୍ଷା ତାଲିମ୍‍ ଶିବିରର ମୁଖ୍ୟ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ ଓ ସହ ସଂଯୋଜିକା ଅଧ୍ୟାପିକା ସ୍ୱପ୍ନାରାଣୀ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ କଲେଜର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ, ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ ତଥା ଅଧ୍ୟାପକ ଅଭିଷେକ ବେହେରା, ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଡଃ କୁନା ସୁନା ଓ କ୍ରୀଡାଶିକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଏହି ତାଲିମ ଶିବିର ଆୟୋଜନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ମହିଳା ଓ ନାବାଳିକା ମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଦେଇ ସାଂପ୍ରତିକ ପରିସ୍ଥିତିରେ ଝିଅ ମାନେ ନିଜର ସୁରକ୍ଷା ପାଇଁ ଆତ୍ମସୁରକ୍ଷା କୌଶଳ ଶିକ୍ଷାଲାଭ କରି ମାନସିକ ଓ ଶାରିରୀକ ସ୍ତରରେ ବଳଶାଳୀ ହୋଇ ନିଜେ ନିଜର ରକ୍ଷକ ସାଜି ପାରିବାରେ ସକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦରସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବା ଏହି ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରରେ ଯୁକ୍ତତିନି ପ୍ରଥମ ବର୍ଷ ପାଠ୍ୟକ୍ରମର ପ୍ରାୟ ୧୨୮ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ ସେମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି। ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିରର ପ୍ରଶିକ୍ଷିକା ରୂପେ ସୋନାଲୀ ଗୌଡ ଯୋଗ ତାଲିମ୍ ପ୍ରଦାନ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ଏହି ଅଷ୍ଟଦିବସୀୟ ଆତ୍ମ ସୁରକ୍ଷା ତାଲିମ୍ ଶିବିରକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ସୁଶ୍ରୀ ରାଜେଶ୍ୱରୀ ରଥ, ସୁଶ୍ରୀ କେ.ସ୍ମିତା ପାତ୍ର, ସୁଶ୍ରୀ ପ୍ରିୟଙ୍କା ସ୍ୱାଇଁ, ସୁଶ୍ରୀ ସୁଜାତା ଟେଟେ, ଶ୍ରୀମତୀ ଯସ୍ମିନୀ କୁମାରୀ ନାୟକ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ଅଧ୍ୟାପକ ଅଜିତ୍‍ କୁମାର ମୁଖୀ, ପ୍ରଫୁଲ କାଣ୍ଡଗୋରୀ, ଉଦିତ୍‍ ନାରାୟଣ ଦାଶ, ଅଜିତ୍‍ ମହାପାତ୍ର, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଆଲୋକ ପ୍ରଧାନ, ସଚ୍ଚିନ୍‍ ଜେନାଙ୍କ ସମେତ ସମସ୍ତ ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ