ମିଷ୍ଟାନ ବାଣ୍ଟି ଓ କେକ କାଟି ଖୁସି ଜାହିର କଲେ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟତ୍ରୀ
ଛତ୍ରପୁର,(ଓ୍ବାଇଏନଏସ): ପିଲା ହେଲେ ପାଠୋଇ, ଦେଶ ଯିବ ଆଗେଇ । ପିଲାଙ୍କ ସିବିଏସ୍ଇ ବୋର୍ଡର ମାଟ୍ରିକ୍ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ସବୁଠି ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ କହିଲେ ନ ସରେ l ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ’ ସ୍କୁଲ୍ ମଧ୍ୟ ନିଜ ସ୍କୁଲର ଛାତ୍ର ଛାତ୍ରୀଙ୍କ ଶତପ୍ରତିଶତ ସଫଳତା ରେ ବେଶ ଉତ୍ସାହିତ ହୋଇ ସେଲିବ୍ରେସନ କରିଛି । ସିବିଏସ୍ଇ ବୋର୍ଡ ସ୍ୱୀକୃତି ପରେ ସ୍କୁଲର ପ୍ରଥମ ବ୍ୟାଚ୍ ରେ ମାଟ୍ରିକ୍ ରେ ଚଳିତ ବର୍ଷ ସ୍କୁଲରେ ଅଧ୍ୟୟନ କରିଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଛାତ୍ରଛାତ୍ରୀ ଫାଷ୍ଟକ୍ଲାସ୍ ସହିତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ ହୋଇଛନ୍ତି । ସେଥିରୁ ୪ ଜଣ ଛାତ୍ରଛାତ୍ରୀ ୯୬ ପ୍ରତିଶତ ମାର୍କ ରଖି ସ୍କୁଲର ଗୌରବ ବଢ଼ାଇଛନ୍ତି । ସେମାନେ ହେଲେ ବସୁନ୍ଧରା ପାଣିଗ୍ରାହୀ, ଆଦିତ୍ୟ ନାୟକ, ବରୁଣ କୁମାର ସାହୁ ଓ ଜ୍ୟୋତି ପ୍ରକାଶ ପଟନାୟକ । ସେହିପରି ଜଣେ ୯୧ ପ୍ରତିଶତ, ୩ ଜଣ ୮୬ ପ୍ରତିଶତରୁ ଅଧିକ , ୪ ଜଣ ୮୧ ପ୍ରତିଶତରୁ ଅଧିକ, ଜଣେ ୭୫ ପ୍ରତିଶତରୁ ଅଧିକ, ଜଣେ ୭୦ ପ୍ରତିଶତରୁ ଅଧିକ , ୪ ଜଣ ୬୫ ପ୍ରତିଶତରୁ ଅଧିକ , ୨ ଜଣ ୬୦ ପ୍ରତିଶତରୁ ଅଧିକ ଏବଂ ସେକେଣ୍ଡ କ୍ଲାସ୍ରେ ୫ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ଖୁସିରେ ସାମିଲ ହୋଇ ସ୍କୁଲରେ ସେଲିବ୍ରେସନ କରିଛି । କେକ କାଟି, ମିଷ୍ଠାନ୍ନ ବାଣ୍ଟି ଛାତ୍ର ଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଛାତ୍ର ଛାତ୍ରୀ ଙ୍କ ସଫଳତା ସେମାନଙ୍କ ପରିଶ୍ରମ ପାଇଁ ହିଁ ସମ୍ଭବ ହୋଇପାରିଛି । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ଏହି ସଫଳତା ହାସଲ ପାଇଁ ଅନେକ ସହଯୋଗ ପ୍ରଦାନ କରିଛନ୍ତି ବୋଲି ୟୁରୋ ସ୍କୁଲର ଅଧ୍ୟକ୍ଷ ରଂଜନ ମହାପାତ୍ର କହିଥିଲେ। ଅନ୍ୟପଟେ ଚଳିତ ବର୍ଷ ଏହି ଅନୁଷ୍ଠାନରେ ଦ୍ୱାଦଶ ବିଜ୍ଞାନ ପାଠ୍ୟକ୍ରମ ଖୋଲିବ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଚୂଡାନ୍ତ ପ୍ରସ୍ତୁତି ସରିଛି । ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଏହି ବିଦ୍ୟାଳୟ ଗୌରବ ହାସଲ କରିଥିବା ବେଳେ ଚଳିତ ବର୍ଷ ସିବିଏସ୍ଇ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ସହିତ ଜେଇ ଓ ନିଟ୍ ପାଠ୍ୟକ୍ରମ ପାଇଁ ସୁବିଧା ଉପଲବ୍ଧ ରହିଛି । ପରୀକ୍ଷା ଓ ନିରୀକ୍ଷା ମାଧ୍ୟମରେ ଅଭିଜ୍ଞ ଏବଂ ଉତମ ଶିକ୍ଷକମାନଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । ସ୍ଥାନୀୟ ଅଂଚଳରେ ଏକମାତ୍ର ସ୍ୱୀକୃତିପ୍ରାପ୍ତ ସିବିଏସ୍ଇ ଶିକ୍ଷାନୁଷ୍ଠାନ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବା ନିମନ୍ତେ ଓ ଅଭିଭାବକଙ୍କ ମହଲରେ ବେଶ ଉତ୍ସାହ ରହିଥିବା ଜଣାପଡିଛି ।


