ଶିକ୍ଷକ ପଦବୀ ପୂରଣ ଦାବୀରେ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ପଦବୀ ପୂରଣ ଦାବୀରେ ସ୍କୁଲ ଗେଟରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନେ ଆଜି ତାଲା ପକାଇଥିବା ଜଣାଯାଇଛି। ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁ ବେଳେ ୫ ଜଣ ଶିକ୍ଷକ ଶିକ୍ଷାଦାନ କରି ଆସୁଛନ୍ତି । ଗତ ସେପ୍ଟେମ୍ବରରେ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଏଠାରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଫଳରେ ଜଣେ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ଦାୟୀତ୍ୱ ତୁଲାଇବା ସହ ୪ ଜଣ ଶିକ୍ଷକରେ ଶିକ୍ଷାଦାନ କାର୍ଯ୍ୟ ଜାରି ରହିଛି। ୮ ଶ୍ରେଣୀରେ ୪ ଜଣ ଶିକ୍ଷକ ଶିକ୍ଷାଦାନ କାର୍ଯ୍ୟ ଜାରି ରଖିଥିବା ବେଳେ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଭାଗର ସ୍ୱତନ୍ତ୍ର ଶିକ୍ଷକ ନଥିବାରୁ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଠିକ୍ ଭାବେ ପାଠ ପଢି ପାରୁନଥିବା ଯୋଗୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅଶାନ୍ତି ସୃଷ୍ଟି ହୋଇଥିଲା। କେତେକ ଅଭିଭାବକ ପିଲା ମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ନିମନ୍ତେ ପିଲାମାନଙ୍କର ସାର୍ଟିଫିକେଟ୍ ଅନ୍ୟ ବିଦ୍ୟାଳୟକୁ ନେଇଯିବା ପାଇଁ ଚାହୁଁଛନ୍ତି। ଏ ବିଷୟ ଗ୍ରାମର ବୁଦ୍ଧିଜୀବି ମହଲରେ ଆଲୋଚନା ହେବା ପରେ ବିଦ୍ୟାଳୟ ଓ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ରାମର ବୁଦ୍ଧିଜୀବି ମାନେ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ବିଭାଗ ସଚିବ, ଜିଲାପାଳ, ଜିଲା ଶିକ୍ଷ।।ଧିକାରୀ, ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରିକି ଚଳିତ ମାସ ୧୫ ତାରିଖ ସୁଦ୍ଧା ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନହେଲେ ୧୬ ତାରିଖ ଠାରୁ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇବା ସହ ଆନ୍ଦୋଳନ କରିବେ ବୋଲି ଉଲ୍ଲେଖ କରିଥିଲେ। ୧୫ ତାରିଖ ସୁଦ୍ଧା ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନହେବାରୁ ଆଜି ସକାଳ ୬ଟା ଠାରୁ ଅଭିଯୋଗକାରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଥିଲେ। ଫଳରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମ ।ନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରି ପାରିନଥିବା ଦେଖିବାକୁ ମିଳିଥିଲା। ତେବେ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ