ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରାବାସରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ; ମୃତ୍ୟୁର କାରଣ ଅସ୍ପଷ୍ଟ

ଛତ୍ରପୁର (ଓ୍ବାଇଏନଏସ); ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ଛକ ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରୁ ଜଣେ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଡି.ପୁରୁଷୋତ୍ତମ ରେଡ୍ଡୀ ବୋଲି ସୂଚନା ମିଳିଛି । ପୁରୁଷୋତ୍ତମ ରେଡ୍ଡୀଙ୍କ ଗତକାଲି ରାତ୍ରରେ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତ୍ରରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରେ ତାଙ୍କୁ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଥାଉ କି, ପୁରୁଷୋତ୍ତମ ଗତକାଲି ନିଜ ପରିବାର ସହ କଥା ହୋଇଥିଲେ । କଥା ହେଲା ବେଳେ ସେଭଳି କିଛି ପରିସ୍ଥିତି ନଥିଲା । ପରେ କିପରି ତାଙ୍କ ମୃତ୍ୟୁ ହେଲା ବୋଲି ତାଙ୍କ ପରିବାର ପ୍ରଶ୍ନ କରିବା ସହିତ ସଠିକ୍ ତଦନ୍ତ ପାଇଁ ଚମାଖଣ୍ଡି ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଥାଉ କି, ପୁରୁଷୋତ୍ତମ ଦୀନ ଦୟାଲ ଉପାଧ୍ୟେୟ ଯୋଜନାରେ ସେଂଚୁରିଆନ ୟୁନିଭରସିଟି ରେ ଫିଟର ଟ୍ରେଡ୍ ରେ ଟ୍ରେନିଙ୍ଗ ନେଉଥିଲେ । ତାଙ୍କରି ମୃତ୍ୟୁ କୁ ନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସଠିକ୍ ତଦନ୍ତ ପାଇଁ ଲକ୍ଷ୍ମୀପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ମାଗୁଣି ବିଷୋୟୀଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପୁରୁଷୋତ୍ତମ ଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଠ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ