ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତି ପାଇଁ ବ୍ରହ୍ମପୁର ସାଂସଦକୁ ଭେଟିଲେ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଉତ୍ତୟନମୂଳକ କାର୍ଯ୍ୟ କରିବା ପାଇଁ ସାଂସଦଙ୍କ ସ୍ଥାନୀୟ ବିକାଶ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଅଧ୍ଯକ୍ଷ ଡଃ. ମହେନ୍ଦ୍ର ରଇତଙ୍କ ନେତୁବରେ ବିଦ୍ୟାଳୟର ଶତାଧୂକ ଛାତ୍ରୀ ବ୍ରହ୍ମପୁର ଲୋକସଭା ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ୟକ୍‌ତିଗତ ଭାବରେ ସାକ୍ଷାତ କରି ଲିଖିତ ଆକାରରେ ଜଣାଇଛନ୍ତି. ଆଦିବାସୀ ଅଧୁଷିତ ଗଜପତି ଜିଲ୍ଲାରେ ମହିଳାଙ୍କ ଶିକ୍ଷାର ଉନ୍ନତି ପାଇଁ ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିରବଚ୍ଛିତ୍ତ ଭାବେ ନାରୀ ଶିକ୍ଷାର ପ୍ରାଣକେନ୍ଦ୍ର ପାଳଟିଥିବା ଏହି ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ପୂର୍ଣ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି. ଛାତ୍ରୀମାନଙ୍କ ଖେଳକୁଳ ଓ ଶାରୀରିକ ଶିକ୍ଷା ପାଇଁ ଉପଯୁକ୍ତ ଖେଳ ପଡିଆ ଅଭାବ, ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରି, ବୃଦ୍ଧିଶୀଳ ଛାତ୍ରୀ ସଂଖ୍ୟାକୁ ଧ୍ୟାନରେ ରଖ୍ ଅତିରିକ୍ତ ଶ୍ରେଣୀଗୃହ ନିମାଣ, ଛାତ୍ରୀମାନଙ୍କ ସୁବିଧା ପାଇଁ ସାଇକଲ୍ ଷ୍ଟାଣ୍ଡ ବ୍ୟବସ୍ଥା, ଖେଳ ଓ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଯଥାଯୋଗ୍ୟ କ୍ରୀଡା ସାମଗ୍ରୀ, ଶ୍ରେଣୀଗୃହ ଗୁଡ଼ିକର ଆଧୁନିକୀକରଣ ଓ ନବୀକରଣ, ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ, ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ପାଚେରୀ ର୍ନିମାଣ ଆଦି  ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଛାତ୍ରୀମାନେ ବ୍ରହ୍ମପୁର ସାଂସଦକୁ ନିବେଦନ କରିଛନ୍ତି.  ସାକ୍ଷାତ ସମୟରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କ୍ୟାପଟେନ ଅନିତା କୁମାରୀ ପାଢି, ବରିଷ୍ଠ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଋରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ