ଜିଲ୍ଲାସ୍ତରୀୟ ମାରାଥନରେ ପଲମା ବିଦ୍ୟାଳୟ ଛାତ୍ରୀଙ୍କ ବାଜିମାତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲାରେ ଅନୁଷ୍ଠିତ ହୋଇଥିବା ମାରାଥନ ପ୍ରତିଯୋଗିତାରେ ପଲମା ବିଦ୍ୟାଳୟର ଛାତ୍ରୀଙ୍କ ବାଜିମାତ କରିଥିବା ଜଣାପଡିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମଙ୍ଗଳା ମନ୍ଦିର ଛକ ଯାଏ ପ୍ରାୟ ୫ କିମି ଦୂର ପର୍ଯ୍ୟନ୍ତ ମାରାଥନ କରାଯାଇଥିଲା। ଏଥିରେ କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତରେ ଥିବା ସରକାରୀ ମଙ୍ଗଳ ବିଭାଗର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲଳିତା ତିଆକା ପ୍ରଥମ ଓ ମୌସୁମୀ ମାଝୀ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ର ଗୌରବ ଅର୍ଜନ କରିଛନ୍ତି। ଏଥିରେ ଉପଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସହ, ଡ଼ିଏସ ଓ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ମାରାଥନ ରେ କୃତି ଛାତ୍ରୀଙ୍କୁ ପୁରସ୍କୁତ କରିଥିଲେ. ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବାବୁଲା ମେଲେକା, ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଚୌଧୁରୀ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏବଂ ସେମାନେ ବିଦ୍ୟାଳୟ ର ନାମ ଗୌରଵନିତ କରିଥିବାରୁ ଆହୁରି ଉତ୍ତରତ୍ତର କାମନା କରିଥିଲେ।