ବିଦ୍ୟାବନ୍ତ ବିଦ୍ୟାର୍ଥୀ ଓ ବିକଶିତ ଓଡ଼ିଶା ଲୋଗୋର ପୋଷାକ ପିନ୍ଧିଲେ ଛାତ୍ରଛାତ୍ରୀ

ହାଟଡିହି  (ପାର୍ଥ ସୌରଭ ସା) : ହାଟଡିହି ବ୍ଲକ ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟ  ଓ ସରିଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନିଷ୍ପତି ଅନୁଯାୟୀ ବିଦ୍ୟାବନ୍ତ ବିଦ୍ୟାର୍ଥୀ ଓ ବିକଶିତ ଓଡ଼ିଶା ଲୋଗୋର ପୋଷାକ  ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ୫ଶହ ଟଙ୍କା ଲେଖାଏଁ ଅର୍ଥରାଶି ଯୋଗାଇ ଦିଆଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋସୋ  ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅଶୋକ କୁମାର  ନାହାକ , ଶିକ୍ଷାବିତ୍ ମୋହନ କୁମାର ମହାନ୍ତି , ବିନୀତା ବିଶ୍ଵାଳ, ଚିନ୍ମୟ ପଣ୍ଡା, ଅନୁଷୟା ରାଉତ,ରଞ୍ଜିତା ପଣ୍ଡା, ଏସ ଏମ ସି ସଦସ୍ୟ ପୂର୍ଣ୍ଣ ଚଦ୍ର ମାଝୀ  ପ୍ରମୁଖ ଯୋଗଦେଇ ୧୨୬ଜଣଙ୍କୁ ପୋଷାକ ବଣ୍ଟନ କରିଥିଲେ। ପ୍ରତି ଛାତ୍ରଛାତ୍ରୀଙ୍କୁ ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟି ସାର୍ଟ, ଗୋଟିଏ ଟୋପି, ହଳେ ଜୋତା, ଦୁଇହଳ ଲେଖାଏଁ ମୌଜା ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀନାରାୟଣ ଏଜେନ୍ସିର ପ୍ରୋପାଇଟର ସତ୍ୟ ଭୂଷଣ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ବୋତଲ ପ୍ରଦାନ କରିଥିଲେ। ସେହିପରି ସତ୍ୟନାରାୟଣ ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରିଦାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବଳରାମ ରାଉଳ, ପ୍ରଜ୍ଞାନ ପାତ୍ର, ୟାଶଶ୍ରି ସାହୁ, କମିଟି ଚେୟାରମେନ ଅଜୟ ପାତ୍ର,  କମିଟି ସଦସ୍ୟ ଦିଗାମ୍ବର ପାତ୍ର, ସୁଶାନ୍ତ ଖଣ୍ଡେଇ, ଫକିର ଜେନା, ଅନାଥ ଜେନା, ପ୍ରବୀଣ ମଲ୍ଲିକ, ମହେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ୬୨ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ