ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ  ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ  ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ବନ୍ୟା, ବାତ୍ୟା, ସାପ କାମୁଡା, ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଓ ବିଜୁଳି ଆଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଅନୁକମ୍ପା ରାଶିକୁ ତୁରନ୍ତ ପ୍ରଦାନ କରିବା ସହ ବିଭିନ୍ନ ଜାତିଗତ ପ୍ରମାଣପତ୍ର କୁ ଲୋକଙ୍କୁ ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବରାଳ ନିର୍ଦ୍ଦେଶ ଦେଇଥିଲେ ।  ପଡି ରହିଥିବା ମ୍ୟୁଟେସନ କେସ ଗୁଡିକ ଫଇସଲା କରିବା, ବସୁନ୍ଧରା ଯୋଜନା ଆନୁକୂଲ୍ୟ ରେ ସଠିକ ହିତାଧିକାରୀଙ୍କୁ ଚିନ୍ହଟ କରିବା ସହିତ ପଟା ପ୍ରଦାନ କରିବା ।  ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି । ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ କୁ ଅବଧି ବୃଦ୍ଧି ନେଇ ଲୋକଙ୍କୁ ସଚେତନତା କରି  ଗ୍ରାମକଣ୍ଠକ  ମାମଲା ଗୁଡିକ ର ଆବେଦନଗ୍ରହଣ କରିବା ସହିତ    କେସ ଗୁଡିକ ଫଇସଲା କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି । ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା ।  ବିଭିନ୍ନ ସାର୍ଟିଫିକେଟ ଗୁଡିକ ସଠିକ ସମୟରେ ପ୍ରଦାନ କରିବା, ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି ।  ଲକ୍ଷ୍ୟ ଧାର୍ଯ୍ୟ ରାଜସ୍ୱ ଆଦାୟ କୁ ପୂରଣ କରିବା  ନିମନ୍ତେ  କୁହାଯାଇଛି ।  ଉପଖଣ୍ଡ ସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ   ଜୁନିୟର ମାଇନିଂ ଅଫିସର ମାନଙ୍କ ସହ ସମନ୍ୱୟ ରହି କାର୍ଯ୍ୟ କରିବାକୁ କୁହାଯାଇଛି।  ରାଜସ୍ୱ ମେଳା କରି ହିତାଧିକାରୀ ମାନଂକୁ ବିଭିନ୍ନ ସୁବିଧା ପ୍ରଦାନ କରିବା ସହିତ କଲମ ଟୁ ଆର ଆର କରେକ୍ସନ ଉପରେ  ପ୍ରଚାର ପ୍ରସାର କରିବା ନିମନ୍ତେ ଅଧିକ ଫୋକସ ଦେବାକୁ କୁହାଯାଇଛି l ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଗୁଡିକ ର ସୁବ୍ୟବସ୍ଥା ନିମନ୍ତେ ତହସିଲଦାର ମାନେ ବ୍ଲକ ସ୍ତର ରେ ବୈଠକ କରିବାକୁ କୁହାଯାଇଛି l ବୈଠକରେ ଡେପୁଟି କଲେକ୍ଟର ରବୀନ୍ଦ୍ର ମିଶ୍ର,   ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସଆରଏ ମଧୁସ୍ମିତା ନାୟକଙ୍କ ସମେତ ପୋଲସରା, ପୁରୁଷୋତ୍ତମପୁର, ଛତ୍ରପୁର, ହିଞ୍ଜିଳିକାଟୁ, ଗଞ୍ଜାମ, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୋଦଳା ତହସିଲଦାର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ