ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ଶକ୍ତି ମେଳା- ୨୦୨୬ ଶୁଭ ଉଦଘାଟିତ

ବାଲେଶ୍ଵର (ସରୋଜ ପଣ୍ଡା):  ସ୍ଥାନୀୟ ଆଇ. ଟି.ଆଇ. ପଡିଆରେ ଜିଲ୍ଲା ପ୍ରଶାସନ ଏବଂ ଓରମାସ ଓ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯାଇଅଛି।ଏହି ମେଳା କୁ ମାନ୍ୟବର ସଦର ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀଯୁକ୍ତ ସୁଧାକର ନାୟକ,ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିଵ ମାଲବ୍ୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ଏବଂ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପ ଦୀପ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ଏହିପରି ମେଳା  ସମଗ୍ର ରାଜ୍ୟରେ ଅନୁଷ୍ଠିତ କରାଯାଉଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ଏହି ମେଳା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ମେଳାରେ ଗ୍ରାମୀଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ଉଦ୍ୟଗି ମାନଙ୍କ ଉତ୍ପାଦକ ଗୁଡ଼ିକୁ ବିକ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ମେଳା ବା  ବଜାର ଆୟୋଜନ କରାଯାଇଛି।ଏହି ଉତ୍ପାଦ ଗୁଡ଼ିକୁ  ସହରୀ ରୁଚି ଓ ପସନ୍ଦକୁ ଦୃଷ୍ଟିରେ ରଖି ବିକ୍ରୟ ସୁଯୋଗ ସୃଷ୍ଟି କରାଯାଇଛି।ଏଥିରୁ ଲବ୍ଧ ଅର୍ଥ ନିଜେ ସ୍ବାବଲମ୍ବୀ ହେବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବାର ସହାୟକ ହେବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ସ୍ଵାଗତ ଅଭିଭାଷଣରେ କହିଥିଲେ।ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ସଦର ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଏହି ମେଳାର ଆଭିମୁଖ୍ୟ ସ୍ପଷ୍ଟ କରି ଥିଲେ କି ଭାରତ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂର ପାଇଁ ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ପ୍ରଦାନ ମାଧ୍ୟମରେ ଗ୍ରାମୀଣ ସ୍ଵଂୟ ସହାୟକ ଗୋଷ୍ଠୀ,କୁଟୀର ଶିଳ୍ପ, ହସ୍ତ ତନ୍ତ କାରିଗର ମାନଙ୍କ ଉତ୍ପାଦ ଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ବଜାର ସଂଯୋଗ କରିବା।ଏହି ମେଳାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବଦେଶୀ ଗ୍ରାମୀଣ ଉତ୍ପାଦକ ପ୍ରଚାର ପ୍ରସାର ପ୍ରଦର୍ଶନ ଏବଂ ବିକ୍ରୟ ସହିତ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ଏବଂ ବିକଶିତ ଓଡ଼ିଶା ବିକଶିତ ଭାରତର ଆହ୍ବାନ ସଫଳ କରିବା।ଏହି ଉଦ୍ଘାଟନୀ ଉତ୍ସବରେ ଆୟୋଜିତ ସଭାରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ଡ.ମଧୁସ୍ମିତା ସାମନ୍ତରାୟ ମୁଖ୍ୟ ଅତିଥି ସମେତ ସମସ୍ତ ବରେଣ୍ୟ ଅତିଥି ଏବଂ ସୁଭଦ୍ରା ମେଳାରେ ସାମିଲ ହୋଇ ଥିବା କର୍ମକର୍ତ୍ତାଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ