ମୁଣ୍ଡି ଗୁଡ଼ାରେ ଘର ଢିଅ ପ୍ରଦାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ
ଜୟପୁର, (ହେମନ୍ତ ପାଣିଗ୍ରାହୀ) : ଜୟପୁର ବ୍ଲକ ଅଧିନସ୍ତ ବରିଣିପୁଟ ପଞ୍ଚାୟତର ମୁଣ୍ଡିଗୁଡା ଓସିସି କଲୋନୀର ଭୂମିହୀନ ବାସିନ୍ଦା ମାନେ ବିଗତ ୫୦ ରୁ ୫୫ ବର୍ଷ ଧରି ଓସିସି କଲୋନୀରେ ବସ ବାସ କରି ଆସୁଛନ୍ତି ବର୍ତ୍ତମାନ ସୁଦ୍ଧା ସମସ୍ତ ହିତାକାରୀ ଙ୍କୁ ସରକାର ଘରଡ଼ିହ ପଟ୍ଟା ଯୋଗାଇ ନାହାନ୍ତି ବିଗତ କୋଭିଡ ୨୦୧୯ ମସିହାରେ ୨୫୦ ଜଣ ସରକାରଙ୍କ ନିକଟରେ ଘରଡ଼ିହ ନିମନ୍ତେ ଗୁହାରି କରିଥିଲେ କିନ୍ତୁ କେବଳ ୪୯ ପରିବାରଙ୍କୁ ଘରଢ଼ିହି ପଟ୍ଟା ପ୍ରଶାସନ ତରଫରୁ କୋରାପୁଟ ଜିଲ୍ଲାପାଳ ୬ ମାସ ପୂର୍ବେ ବାରିଣୀପୁଟ ପଞ୍ଚାୟତି ଠାରେ ୨ ସେଣ୍ଟ ଲେଖାଏ ଜାଗା ଦେଇଥିଲେ। କିନ୍ତୁ ପର୍ଯ୍ୟାୟ କ୍ରମେ ୨୫୦ ପରିବାରଙ୍କୁ ଘରଢ଼ୀଅ ପଟା ମିଳିବ ବୋଲି ସରକାର ପ୍ରତିଶୃତି ସହ ପଟ୍ଟା ବଣ୍ଟନ କରିଥିଲେ। ପରବର୍ତି ମୁହୂର୍ତ୍ତରେ ଯେଉଁ ସ୍ଥାନ ସରକାରୀ ଅଧିକାରୀ ଘରଡ଼ିହି ନିମନ୍ତେ ଗୋଟିଏ ଅନାବାଦୀ ଡ଼ଙ୍ଗର ଦେଖାଇ ଥିଲେ କିନ୍ତୁ କିଛି ଲୋକ ବିରୋଧ କରିବାରୁ ଏହାକୁ ନିଷେଧ କରିଥିଲେ ପରବର୍ତ୍ତୀ ସମୟରେ ନିକଟତର ଡଙ୍ଗର ଜୟପୁର ମୌଜାର ୭ ଏକର ୫୦ ଡେସିମିଲ ଜମି ନିରୂପୀତ ସରକାରଙ୍କ ତରଫରୁ ହୋଇଥିଲା ଏହି ନିର୍ଧାରଣ ଅନୁସାରେ ଡଙ୍ଗର କିସମ ପରିବର୍ତ୍ତନ ହେବା ପରେ ଏବଂ ସର୍ବଜ୍ଞାତ ଅନୁସାରେ ଡଙ୍ଗରକୁ ସମତୁଲ କରିବା କାର୍ଯ୍ୟ ନିରୀହ ଗ୍ରାମବାସୀ ହାତକୁ ନେଇଥିଲେ । ସରକାରଙ୍କ ଘର ଡିହ ଦେବା ନିୟମ ଅନୁସାରେ ସମସ୍ତ ଗ୍ରାମବାସୀଙ୍କୁ ସ୍ଥାୟୀ ବାସିନ୍ଦା ଭାବେ ଘରଡ଼ିହ ପଟା ପ୍ରଦାନ କରାଯାଉ ବୋଲି ଜୟପୁର ଉପଜିଲ୍ଲପାଳଙ୍କ ଠାରେ ଶତାଧିକ ଲୋକ ଦାବୀ କରିଛନ୍ତି। ତେଣୁ ୨୫୦ ଜଣ ପରିବାର ବର୍ଗଙ୍କୁ ତାଙ୍କର ଦୀର୍ଘ ଦିନର ଦାବୀ ଏବଂ ଅଭିପ୍ରାୟକୁ ହୃଦୟଙ୍ଗମ କରିକି ସମସ୍ତ ଭୂମିହୀନ ଗରିବ ପରିବାରଙ୍କୁ ସରକାରଙ୍କ ନିୟମ ଅନୁସାରେ ଯେଉଁ ୭ ଏକର ୫୦ ଡେସିମିଲ ଡଙ୍ଗର ରହିଛି ସେହି ସ୍ଥାନର ପଟ୍ଟା ପ୍ରଦାନ କଲେ ସରକାରଙ୍କ ଠାରେ ଚିର ଉପକୃତ ରହିବୁ ବୋଲି ଲିଖିତ ଆକାରରେ ଦେଇଛନ୍ତି।