ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଶ୍ରୀ ଶ୍ରୀ ନର୍ମଦେଶ୍ୱରରେ ଜଳାଭିଷେକ

କଟକ, (ଓ୍ବାଇଏନଏସ): ସିଡିଏ ୧୦ସ୍ଥିତ ସୁବୋଧକୃଷ୍ଣ ମିଶନ ଠାରେ ଶ୍ରୀ ଶ୍ରୀ ନର୍ମେଦେଶ୍ୱରଙ୍କ ଶେଷ ଶ୍ରାବଣ ସୋମବାରର ଜଳାଭିଷେକ ପୁରୋଧା ନୟନ କିଶୋର ପଣ୍ଡାଙ୍କ ଦ୍ଵାରା ସମାପନ ହୋଇଯାଇଛି ଏବଂ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀ ମହାରଜ ଜୀ ଙ୍କ ୩୩ତମ ମହାସମାଧି ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସୁବୋଧକୃଷ୍ଣ ମିଶନ ର ପ୍ରମୁଖ ସ୍ୱାମୀ ଡ଼ଃ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ମହାରାଜ ଜୀ, ମିଶନ ର ରାଜ୍ୟ ଲୋକ-ସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ, ଶଶୀ ଭୂଷଣ ତ୍ରିପାଠୀ, ଶ୍ରଦ୍ଧାଞ୍ଜଳି ବେହୁରା, ଅଜିତ କୁମାର ମଣ୍ଡଳ, ବିଭୁତି ଭୂଷଣ ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି, ବିଜୟ କୁମାର ପାତ୍ର, ନକୁଳ ଚନ୍ଦ୍ର ମହାରଣା, ଧରଣୀ ପଟ୍ଟନାୟକ ଓ ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଭୁ ନର୍ମେଦେଶ୍ୱର ଜଳାଭିଷେକ ଓ ପୂଜା ଅର୍ଚନା କରିବା ସହ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀ ମହାରାଜ ଜୀଙ୍କ ସ୍ମୃତି ଚାରଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ